www.samajalive.in
Friday, December 5, 2025
27.1 C
Bhubaneswar

ହତ୍ୟା ଅଭିଯୁକ୍ତକୁ ଗିରଫ ଦାବିରେ ଥାନା ଘେରାଉ

ବୌଦ୍ଧ: ଦୁଇଦିନ ତଳେ ବୌଦ୍ଧ ବାପୁଜୀନଗର ବସ୍ତିର ଜଣେ ଯୁବକଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମାଉଳିସିଙ୍ଗା ବିଦ୍ୟାଳୟ ପଛପଟ ଏକ ବନ୍ଧହୁଡାରେ ଥିବା ଗଛ ନିକଟରୁ ଉଦ୍ଧାର କରାଯାଇଥିଲା। ମୃତ ଯୁବକଙ୍କ ପିତାଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ହତ୍ୟା ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି। ଏହି ମାମଲାରେ ମୃତ ଯୁବକଙ୍କ ଶ୍ୱଶୁର ଘର ଲୋକଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରା ଉଚରା କରୁଥିବାବେଳେ ରବିବାର ବାପୁଜୀନଗର ବସ୍ତିବାସୀ ଥାନାକୁ ଆସି ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରିଥିଲେ। ବୌଦ୍ଧ ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀ ବସ୍ତିବାସୀଙ୍କ ସହିତ ଆଲୋଚନା କରି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଥ୍ୟକୁ ଆଧାର କରି ଅଭିଯୁକ୍ତମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୁଝାଇବା ପରେ ବସ୍ତିବାସୀ ଫେରିଯାଇଥିବା ଜଣାଯଡିଛି।

ସୂଚନା ମୁତବାକ, ଏହି ଘଟଣାର ପୂର୍ବଦିନ ମୃତ ଯୁବକ ସୁଜିତ ଦେହୁରୀ ଏବଂ ତାଙ୍କ ଶ୍ୱଶୁର ଘର ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ସହିତ ମାଡପିଟ୍ ହୋଇଥିଲା। ତେଣୁ ସୁଜିତକୁ ତାର ଶ୍ୱଶୁର ଘର ଲୋକ ନିଜେ କିମ୍ବା ଅନ୍ୟ ଲୋକଙ୍କ ସହାୟତାରେ ହତ୍ୟା କରିବା ପରେ ବନ୍ଧହୁଡା ଗଛରେ ବାନ୍ଧି ଆତ୍ମହତ୍ୟାର ରୂପ ଦେଇଥିବା ନେଇ ବାପୁଜୀନଗର ବସ୍ତିବାସୀ ଅଭିଯୋଗ କରିଛନ୍ତି। ପୁଲିସ ପକ୍ଷରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିବା ଜଣାଯାଇଛି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories