www.samajalive.in
Thursday, December 11, 2025
13.1 C
Bhubaneswar

ତୁରୁମୁଙ୍ଗା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଶତ ପ୍ରତିଶତ ସଫଳତା, ଶ୍ରୀ ଗୁରୁକୁଳ ସଫଳତା ଦୋହରାଇଲା

ପାଟଣା :ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ସରସ୍ବତୀ ଶିଶୁ ବିଦ୍ୟମନ୍ଦିର ଚଳିତ ଶିକ୍ଷାବର୍ଷ ମାଟ୍ରିକ ପରୀକ୍ଷା ରେ ଶତ ପ୍ରତିଶତ ସଫଳତା ହାସଲ କରିଛି । ମୋଟ ୨୮ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଦୀପାଞ୍ଜଳି ସାହୁ ୯୦.୫% ପ୍ରତିଶତ ନମ୍ବର ରଖି ଏ-୧ ଗ୍ରେଡ ପାଇ ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି ।ତୁରୁମୁଙ୍ଗା ନିବାସୀ ଚକ୍ରଧର ସାହୁ,ନଳିନୀ ରାଣୀ ସାହୁ ଙ୍କର ସେ ସୁପୁତ୍ରୀ ଅଟନ୍ତି । ସେଇଭଳି ଏ-୨ ରେ ୫ ଜଣ, ବି-୧ ରେ ୧୦ଜଣ ବି -୨ ରେ ୬ଜଣ , ସି ରେ ୪ଜଣ ଡି ରେ ୨ଜଣ ଶିଶୁ ଭାଇ ଭଉଣୀ ପରୀକ୍ଷାରେ ସଫଳତ ଅର୍ଜନ କରିଛନ୍ତି ।ସମସ୍ତ ପରୀକ୍ଷାର୍ଥୀ ଭାଇ ଭଉଣୀଙ୍କୁ ବିଦ୍ୟାଳୟର ପରିଚାଳନା ସମିତି ଓ ଗୁରୁଜୀ ଗୁରୁମାଙ୍କ ତରଫରୁ ଅଭିନନ୍ଦନ ପ୍ରଦାନ କରାଯାଇଛି ।

ଘଟଗାଁ ବ୍ଲକ ଅନ୍ତର୍ଗତ ଗଦାଧରପୁର ସ୍ଥିତ ସେବାଫାଉଣ୍ଡସନ ଆନୁକୂଲ୍ୟରେ ପରିଚାଳିତ ଶ୍ରୀ ଗୁରୁକୁଳ ମଡେ଼ଲ ସ୍କୁଲର ଶିକ୍ଷାବର୍ଷ ୨୦୨୩ /୨୪ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ନିମନ୍ତେ ମୋଟ ୩୨ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ କ୍ଷ ସମସ୍ତ ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେଥିରୁ ଶୁଭସ୍ମିତା ସାହୁ, ପି. ବି ତୃପ୍ତିରେଖା, ଜ୍ୟୋତ୍ସ୍ନାରାଣୀ ମହାନ୍ତ, ରାହୁଲ୍ ପ୍ରଧାନ ଏ -୧ ଗ୍ରେଡ ପାଇ ବିଦ୍ୟାଳୟର ଗର୍ବ ତଥା ଗୌରବ ଅକ୍ଷୁର୍ଣ୍ଣ ରଖିଛନ୍ତି କ୍ଷ ଏ -୨ ରେ ୨୦ ଜଣ ଓ ବି -୧ ରେ ୮ ଜଣ ଛାତ୍ର ଛାତ୍ରୀ ପାସ୍ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଏହି ବିଦ୍ୟାଳୟର ସର୍ବନିମ୍ନ ପାସ୍ ହାର ୭୩ ପ୍ରତିଶତ ଯାହା ସମଗ୍ର ଓଡ଼ିଶା ରେ ଏକ ବିରଳ କୃତିତ୍ୱ ।ତତ୍ ସହିତ ସ୍ପେଶାଲ ସ୍କୁଲ ର ସମସ୍ତ ଛାତ୍ର ଛାତ୍ରୀ ମଧ୍ୟ ପ୍ରଥମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟର ଗୌରବ ବଢ଼ାଇଛନ୍ତି । ତନ୍ମଧ୍ୟରୁ ଗୌରଙ୍ଗ ମହାରଣା (ସ୍ପେଶାଲ ଛାତ୍ର) ସର୍ବାଧିକ ନମ୍ବର ରଖିଛନ୍ତି ।

- Advertisement -

ପ୍ରଧାନ ଶିକ୍ଷକ ରାଜେଶ ରାଉତ , ପ୍ରଧାନ ଆଚାର୍ୟ୍ୟ ଅଖିଳ ପ୍ରଧାନ, ଜୟଦେବ ବାରିକ୍, ଧବଳେଶ୍ୱର ବେହେରା , ସୁରେଶଚନ୍ଦ୍ର ବେହେରା, ଆଲୋକ ମଣ୍ଡଳ, ଶର୍ମିଷ୍ଠା ବେହେରା, ନମିତା ଗିରି ଆଦି ଅଭିଜ୍ଞ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କୁ ବିଦ୍ୟାଳୟର ଅଧ୍ୟକ୍ଷ ଡ. ସତ୍ୟବ୍ରତ ସାହୁ ଓ ମ୍ୟାନେଜିଂ ଟ୍ରଷ୍ଟି ସରୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିବା ସହିତ ସମସ୍ତ କୃତୀ ଛାତ୍ର ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories