www.samajalive.in
Monday, December 8, 2025
27.1 C
Bhubaneswar

ଭୁଲ୍ ରାସ୍ତା ଦେଖାଇଲା ଗୁଗଲ୍ ମ୍ୟାପ୍ , ଆଉ ତାପରେ….

ତିରୁଅନନ୍ତପୁରମ : ଗୁଗଲ୍‌ ମ୍ୟାପ୍‌ରେ ତ୍ରୁଟିପୂର୍ଣ୍ଣ ସୂଚନାକୁ ଆଧାର କରି ଯାଉଥିବାବେଳେ ପର୍ଯ୍ୟଟକ ଦଳ କେରଳର କୋଟ୍ଟାୟାମ ଜିଲା ଅନ୍ତର୍ଗତ କୁରୁପ୍ପାନଥାରା ସହର ନିକଟରେ ଥିବା ଏକ ଜଳାଶୟ ମଧ୍ୟକୁ ପ୍ରବେଶ କରିଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ହାଇଦ୍ରାବାଦରୁ ଆସିଥିବା ଚାରି ଜଣିଆ ପର୍ଯ୍ୟଟକ ଦଳ କାର୍‌ ଯୋଗେ କେରଳର ଆଲାପୁଜାକୁ ଯାତ୍ରା କରୁଥିଲେ। ତେବେ ରାସ୍ତା ଜାଣିନଥିବାରୁ ସେମାନେ ଗୁଗଲ୍‌ ମ୍ୟାପ୍‌ର ସହାୟତା ନେଇଥିଲେ। ମ୍ୟାପ୍‌ରେ ଥିବା ସୂଚନାକୁ ଆଧାର କରି ଆଗକୁ ଯାଉଥିବାବେଳେ ହଠାତ୍‌ ଏକ ଜଳାଶୟ ମଧ୍ୟକୁ ସେମାନଙ୍କ କାର୍‌ ପଶିଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ୪ ପର୍ଯ୍ୟଟକ ଉଦ୍ଧାର ପାଇଥିଲେ ସୁଦ୍ଧା ସେମାନଙ୍କ କାର୍‌ଟି ପାଣିରେ ବୁଡିଯାଇଥିବା ଜଣାପଡିଛି। ପାଣିରୁ କାର୍‌କୁ ବାହାର କରିବାକୁ ଉଦ୍ୟମ ଜାରି ରହିଛି। ସୂଚନାଯୋଗ୍ୟ ଗତବର୍ଷ ତଳେ ଦୁଇ ଜଣ ଡାକ୍ତର ଗୁଗଲ୍‌ ମ୍ୟାପ ଦେଖି ଯାଉଥିବାବେଳେ ନଦୀଗର୍ଭକୁ ଖସିପଡି ପ୍ରାଣ ହରାଇଥିଲେ। ଏହି ପରିପ୍ରେକ୍ଷୀରେ ବର୍ଷା ଋତୁରେ ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକଙ୍କୁ ଗୁଗଲ୍‌ ମ୍ୟାପ୍‌ ଅନୁସରଣ ନ କରିବାକୁ କେରଳ ପୁଲିସ ପକ୍ଷରୁ ସତର୍କତା ଜାରି କରାଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories