www.samajalive.in
Tuesday, December 9, 2025
17.1 C
Bhubaneswar

ଏପର୍ଯ୍ୟନ୍ତ ଚାର୍‌ଧାମ ଯାତ୍ରାରେ ୫୨ ଶ୍ରଦ୍ଧାଳୁ ମୃତ

ଡେରାଡୁନ: ଚଳିତମାସ ୧୦ରୁ ଉତ୍ତରାଖଣ୍ଡରେ ଚାର୍‌ଧାମ ଯାତ୍ରା ଆରମ୍ଭ ହୋଇଛି। ଏହି ଅବସରରେ ଶ୍ରଦ୍ଧାଳୁ ରାଜ୍ୟର ପ୍ରମୁଖ ଚାରିଟି ଧାର୍ମିକ ସ୍ଥାନ ଯଥା ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ମନ୍ଦିର ପରିଦର୍ଶନ କରିଥାନ୍ତି। ତେବେ ବିଗତ ଦୁଇ ସପ୍ତାହ ମଧ୍ୟରେ ୫୨ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇଛନ୍ତି ବୋଲି ଗଡୱାଲ କମିସନର ବିଜୟ ଶଙ୍କର ପାଣ୍ଡେ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ବୟସ୍କ ନାଗରିକ ଥିବାବେଳେ ସେମାନେ ହୃଦଘାତରେ ପ୍ରାଣ ହରାଇଥିବା କୁହାଯାଇଛି। କେଦାରନାଥରେ ସର୍ବାଧିକ ୨୩ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିବାବେଳେ ଗଙ୍ଗୋତ୍ରୀ, ଯମୁ​‌େ​‌ନତ୍ରୀ ଓ ବଦ୍ରିନାଥରେ ଏହି ସଂଖ୍ୟା ଯଥାକ୍ରମେ ୩, ୧୨ ଓ ୧୪ ରହିଛି। ପୁନଶ୍ଚ ଏହି ଦୁଇ ସପ୍ତାହ ମଧ୍ୟରେ ୯ ଲକ୍ଷ ୬୭ ହଜାର ଶ୍ରଦ୍ଧାଳୁ ଚାର୍‌ଧାମ ଯାତ୍ରା କରିସାରିଥିବା ପାଣ୍ଡେ ସୂଚନା ଦେଇଛନ୍ତି। ଏହି ପ୍ରସଙ୍ଗରେ ଉତ୍ତରାଖଣ୍ଡ ସରକାର କଡା ପଦକ୍ଷେପ ଗ୍ରହଣ କରିଛନ୍ତି। ଚାର୍‌ଧାମ ଯାତ୍ରା କରୁଥିବା ୫୦ ବର୍ଷ କିମ୍ବା ତଦୂର୍ଦ୍ଧ୍ବ ବୟସର ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କର ଡାକ୍ତରୀ ପରୀକ୍ଷା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଯଦି ସ୍ବାସ୍ଥ୍ୟଗତ ସମସ୍ୟା ଭୋଗୁଥାନ୍ତି, ତେବେ ଚାର୍‌ଧାମ ଯାତ୍ରା ନ କରିବାକୁ ସରକାରଙ୍କ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories