www.samajalive.in
Monday, December 8, 2025
27.1 C
Bhubaneswar

ଭୋଟ୍ ବେଳେ ବୁଥ୍‌ରେ ଦୁଇ ଗୋଷ୍ଠୀ ମୁହାଁମୁହିଁ: ୪ ଆହତ

କଟକ: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି ରହିଛି। ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନରେ ମତଦାନ ସକାଳ ୭ଟାରୁ ଆରମ୍ଭ ହେଉଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ କରାଯିବ। ସମ୍ବଲପୁର, କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ ଓ କେନ୍ଦୁଝର ସଂସଦୀୟ କ୍ଷେତ୍ରରେ ଭୋଟ ଗ୍ରହଣ କରାଯାଉଛି। ଦିନ ୧୧ଟା ସୁଦ୍ଧା ୨୧.୩୦ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ତେବେ ଏହାରି ମଧ୍ୟରେ ଆଠଗଡ ରାଧାଗୋବିନ୍ଦପୁର ୧୧୫ନଂ ବୁଥ୍‌ରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ଦୁଇ ଗୋଷ୍ଠୀର କର୍ମୀମାନେ ଚେୟାର ଉଠାଇ ପିଟାପିଟି କରିବା ସହ ଭଙ୍ଗାରୁଜ୍ଜା କରିଛନ୍ତି। ଏଥିରେ ଉଭୟ ପକ୍ଷରୁ ୪ଜଣ ଆହତ ହୋଇଥିବା ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳରେ ଆଠଗଡ ପୁଲିସ୍ ପହଞ୍ଚି ଉତ୍ତେଜନା ରୋକିବାକୁ ଚେଷ୍ଟା ଜାରି ରଖିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories