ଖୋର୍ଦ୍ଧା: ନିଖୋଜର ୧୦ ଦିନ ପରେ ମିଳିଲା ଯୁବକ, ଯୁବତୀଙ୍କ ମୃତଦେହ। ପୋଲ ତଳୁ ଉଭୟଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଠାରଙ୍ଗ ଗାଁରେ ଏହି ଅଘଟଣ ଘଟିଛି। ଏକ ପୋଲ ନିକଟରୁ ଦୁଇ ଜଣଙ୍କର ମୃତଦେହ ଠାବ କରାଯାଇଛି। ଦୁଇ ଜଣଙ୍କୁ ହତ୍ୟା ଅଭିଯୋଗ କରିଛନ୍ତି ପରିବାର ଲୋକ। ମୃତ ଯୁବକଙ୍କ ଘର ଅଠାରଙ୍ଗ ପଞ୍ଚାୟତ ଉତ୍ତଳମା ଗାଁରେ। ସେହିପରି ଯୁବତୀଙ୍କ ଘର ହୀରାପୁର ପଞ୍ଚାୟତ ଲାଠିପଡା ଗାଁରେ। ନିଖୋଜ ସମ୍ପର୍କରେ ଯୁବତୀଙ୍କ ପରିବାର ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ ହୋଇଥିଲା। ଯୁବକ , ଯୁବତୀଙ୍କୁ ହତ୍ୟା ପରେ ସେଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ପୁଳିସ୍ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ କରୁଛି।
Popular Categories



