www.samajalive.in
Sunday, December 7, 2025
26.1 C
Bhubaneswar

ମାତ୍ର ୧୨ ଲକ୍ଷରେ ଲମ୍ବୋରଗିନି ତିଆରି କରିଦେଲେ ଏହି ଯୁବକ; ସୋସିଆଲ ମିଡିଆରେ ପ୍ରଶଂସାର ସୁଅ, ଦେଖନ୍ତୁ ଭିଡିଓ…

ସମାଜ ଡିଜିଟାଲ ଡେସ୍କ: ଯୁଗାଡ଼ କ୍ଷେତ୍ରରେ ଭାରତୀୟମାନେ ସବୁବେଳେ ଆଗରେ ରହିଆସିଛନ୍ତି। ଅଳ୍ପ କିଛି ଅଦରକାରୀ ଜିନିଷରୁ ନୂଆ ନୂଆ ଜିନିଷ ଉଦ୍ଭାବନ କରିବାରେ ଭାରତୀୟମାନେ ମାହିର। ଏହି କ୍ରମରେ ଜଣେ ଯୁବକ ଏକ ସାଧାରଣ କାରକୁ ବିଳାସପୂର୍ଣ୍ଣ କାରରେ ପରିଣତ କରି ଚର୍ଚ୍ଚାରେ ରହିଛନ୍ତି। ନିଜର ବୁଦ୍ଧି ଖଟାଇ ଯୁବକ ଜଣକ ହୋଣ୍ଡା ସିଭିକ୍‌‌ କାର, ଏବଂ ଅନ୍ୟ ସାଧାରଣ କାର୍‌‌ର ଅଂଶକୁ ବ୍ୟବହାର କରି ଏକ ଲମ୍ବୋରଗିନି କାରରେ ପରିଣତ କରିଦେଇଛନ୍ତି। ଯେଉଁଥିରେ ଖର୍ଚ୍ଚ ହୋଇଛି ପ୍ରାୟ ୧୨ ଲକ୍ଷ ୫୦ ହଜାର ଟଙ୍କା। କାର ତିଆରି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


ଯୁବକ ଜଣକ ହେଉଛନ୍ତି ଜଣେ ୟୁଟ୍ୟୁବର। ତାଙ୍କ ନାମ ଟାନା ଧାୱଲ। ଏକ ପୁରୁଣା ହୋଣ୍ଡା ସିଭିକ କାର୍‌‌କୁ ସେ ଫ୍ୟୁଚର ଲମ୍ବୋରଗିନି ଟେର୍ଜୋ ମିଲେନିଓ କନସେପ୍ଟ କାରରେ ପରିଣତ କରିଛନ୍ତି। ଏହି କାର୍‌‌ଟି ଅତ୍ୟନ୍ତ ଆକର୍ଷଣୀୟ ହୋଇଛି। ସୋସିଆଲ ମିଡିଆରେ ଅନେକ ଲୋକ ଧାୱଲଙ୍କ କାର୍ଯ୍ୟକୁ ଢେର ପ୍ରଶଂସା କରିଛନ୍ତି।

- Advertisement -

ଭିଡିଓଟିରେ ଧୱାଲ ଏବଂ ତାଙ୍କ ଟିମ୍‌‌ ଲମ୍ବୋରଗିନି କନ୍‌‌ସେପ୍ଟ କାର ତିଆରି ପାଇଁ ପ୍ରଥମେ ଏକ ହୋଣ୍ଡା ସିଭିକ୍‌‌ କାରର କିଛି ଅଂଶ ଯୋଗାଡ଼ କରିଥିଲେ, ଯେପରି କି କ୍ୟାବିନ, ଇଞ୍ଜିନ। ଏହାପରେ ସେ ଫାଇବର ଗ୍ଲାସରେ ତିଆରି କରିଥିଲେ ଲମ୍ବୋରଗିରି ଟେର୍ଜୋ ମିଲେନିଓ ଭଳି ଅବିକଳ ଦିଶୁଥିବା କାର୍‌‌ର ବଡିକୁ ଇଞ୍ଜିନ ଓ କ୍ୟାବିନ୍‌‌ ସହିତ ଫିଟ୍‌‌ କରିଥିଲେ। ଅନ୍ୟ ଗାଡ଼ିରୁ ବି ସେମାନେ କିଛି ଯନ୍ତ୍ରପାତି ବ୍ୟବହାର କରିଥିଲେ। ଯେପରି କି ହ୍ୟୁଣ୍ଡାଇ ସାଣ୍ଟ୍ରୋ କାର୍‌‌ରୁ ଇନ୍ଧନ ଟାଙ୍କି, ମାରୁତି ସୁଜୁକି ଅଲ୍ଟୋରୁ ସସ୍‌‌ପେନ୍‌‌ସନ ସିଷ୍ଟମ ଆଣି ତାଙ୍କ ନିଜ ମଡେଲରେ ଖଞ୍ଜିଥିଲେ। ଏପରି କି ବେନେଲି ୬୦୦ଆଇ ମୋଟରସାଇକେଲର ଇଗ୍‌‌ଜଷ୍ଟ ସିଷ୍ଟିମ ଆଣି ଖଞ୍ଜିଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories