www.samajalive.in
Monday, December 8, 2025
14.1 C
Bhubaneswar

ଯୁବ ଗବେଷକଙ୍କ ନିଆରା ଉଦ୍ୟମ; ମୌଳିକ ସେବା ଯୋଗାଇବା ପାଇଁ ୮୨ ହଜାର ଟ୍ବିଟ୍ ସହ ଲେଖିଛନ୍ତି ୭ ହଜାର ଚିଠି

ଫୁଲବାଣୀ: ରେଭେନ୍ସା ବିଶ୍ଵବିଦ୍ୟାଳୟର ଇତିହାସ ବିଭାଗରେ ପିଏଚ୍‌ଡି ଗବେଷଣା କରୁଥିବା ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ତଲାରିମାହା ଗ୍ରାମପଞ୍ଚାୟତର ଦୁର୍ଗମ ଗଟାମାହା ଗ୍ରାମର ରାଜେଶ କୁମାର ବଗର୍ତ୍ତୀ ଏବେ ଚର୍ଚ୍ଚାରେ । ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ସହ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକର ବିଭିନ୍ନ ଗ୍ରାମରେ ଆନୁସଙ୍ଗିକ ଭିତ୍ତିଭୂମି ବିକାଶ ସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରାଜେଶ ଗତ ୨୦୧୫ ମସିହାଠାରୁ ଭାରତର ମହାମହିମ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ରାଜ୍ୟପାଳ ଓ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମସ୍ତଙ୍କୁ ବିଭିନ୍ନ ମୌଳିକ ସମସ୍ୟା ନେଇ ଚିଠି ଓ ଟ୍ବିଟ୍ ମାଧ୍ୟମରେ ଅବଗତ କରାଇଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ଚିଠି ପତ୍ର ଲେଖି ଅବଗତ କରାଇବା ସହ ଗତ ୨୦୧୭ ମସିହାଠାରୁ ସେ ନିଜର ଟ୍ବିଟର ଆକାଉଣ୍ଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟର ସୋସିଆଲ ମିଡିଆ ଅଭିଯୋଗ ପ୍ରକୋଷ୍ଠକୁ ଟ୍ବିଟ୍ କରି ବିଭିନ୍ନ ସମସ୍ୟାର ସମାଧାନ କରି ଆସୁଛନ୍ତି । ଆଜି ତାଙ୍କ ଟ୍ବିଟ୍ ସଂଖ୍ୟା ୮୨ ହଜାର ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ଲେଖିଥିବା ଚିଠିପତ୍ର ସଂଖ୍ୟା ୭ ହଜାରରୁ ଉର୍ଦ୍ଧ୍ବରେ ପହଞ୍ଚିଥିବାବେଳେ ଉଭୟ ମିଶି ୮୯ ହଜାର ଅତିକ୍ରମ କରିଛି ।

- Advertisement -

କେବଳ ସେତିକିରେ ସୀମିତ ନୁହେଁ ତାଙ୍କ ପ୍ରୟାସ । ତାଙ୍କ ଟ୍ବିଟ୍ ଏବଂ ଚିଠି ପ୍ରଭାବରେ ବର୍ତ୍ତମାନସୁଦ୍ଧା ସାରା ରାଜ୍ୟର ବିଭିନ୍ନ କ୍ଷେତ୍ରରେ ୭୦ ହଜାରରୁ ଊର୍ଦ୍ଧ୍ବ ସଂଖ୍ୟକ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିଛି । ତାଙ୍କରି ଉଦ୍ୟମରେ ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଏବଂ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକର ବିଭିନ୍ନ ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ପକ୍କା ରାସ୍ତା ନିର୍ମାଣ, ବିଦ୍ୟୁତ ସଂଯୋଗ, ମନରେଗା ଯୋଜନାରେ ମାଧ୍ୟମରେ ରାସ୍ତା ନିର୍ମାଣ, ସିମେଣ୍ଟ କଂକ୍ରିଟ ରାସ୍ତା ନିର୍ମାଣ, ବି.ଏସ୍.ଏନ୍.ଏଲ୍ ଓ ରିଲାଏନ୍ସ ଜିଓ ଟାୱାର ନିର୍ମାଣ, ସ୍ୱଚ୍ଛ ପାନୀୟ ଜଳ ଯୋଗାଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା, ଗ୍ରାମୀଣ ଆଲୋକୀକରଣ, ଗୋଷ୍ଠୀ ଗୃହ ନିର୍ମାଣ, ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ, ଜଙ୍ଗଲ ସୁରକ୍ଷା ନିମନ୍ତେ ବନ ସଂରକ୍ଷଣ ସମିତି ଗଠନ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ, ଆଦିବାସୀମାନଙ୍କର କଳା, ସଂସ୍କୃତି, ପରମ୍ପରା ସଂରକ୍ଷଣ ନିମନ୍ତେ ଉଦ୍ୟମ, ଗରିବ ଜନସାଧାରଣଙ୍କୁ ଗ୍ରାମୀଣ ଗୃହ ଯୋଜନାରେ ଗୃହ ଯୋଗାଣ, ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ ଶ୍ରେଣୀର ଲୋକଙ୍କୁ ଭତ୍ତା ଯୋଗାଣ ଏବଂ ଗରିବ ଶ୍ରେଣୀର ଜନସାଧାରଣଙ୍କୁ ଖାଉଟି କାର୍ଡ ଯୋଗାଣ ହୋଇପାରିଛି। ପ୍ରତିଦିନ ରାଜ୍ୟର ବିଭିନ୍ନ ଖବରକାଗଜକୁ ପଢ଼ି ସେଥିରୁ ବିଭିନ୍ନ ଅଞ୍ଚଳର ଭିନ୍ନ ଭିନ୍ନ ସମସ୍ୟା ବିଷୟରେ ଅବଗତ ହେବାପରେ ସେ ସେଗୁଡ଼ିକର ତ୍ୱରିତ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟର ସୋସିଆଲ ମିଡିଆ ଅଭିଯୋଗ ପ୍ରକୋଷ୍ଠ ସହ ବିଭିନ୍ନ ବିଭାଗକୁ ଟ୍ବିଟ୍ କରି ଅବଗତ କରାଇଥା’ନ୍ତି। ଏହା ବ୍ୟତୀତ କରୋନା ମହାମାରୀ ଯୋଗୁଁ ସମଗ୍ର ଦେଶରେ ଲକଡାଉନ୍ ଯୋଗୁଁ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ହୋଇଥିଲା । ସେହି ସମୟରେ ଗ୍ରାମୀଣ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା କ୍ଷେତ୍ରରେ ଅବନତି ସୃଷ୍ଟି ହେବ ଏହାକୁ ହୃଦ୍‌ବୋଧ କରି ସେ ସେହି ସମୟଠାରୁ ଆଜି ପର୍ଯ୍ୟନ୍ତ ଗ୍ରାମର ପ୍ରଥମଠାରୁ ସ୍ନାତକତ୍ତୋର ଶ୍ରେଣୀର ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପ୍ରତିଦିନ ନିଜ ଘର ପିଣ୍ଡାରେ ନିଶୁଳ୍କରେ ଶିକ୍ଷାଦାନ କରିବା ସହ ଛାତ୍ରବୃତ୍ତି ବାବଦରେ ଏବଂ ଧାନ ଚାଷ କରି ଯେଉଁ ଟଙ୍କା ପାଆନ୍ତି ସେହି ଟଙ୍କାରେ ଗ୍ରାମର ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ଉପକରଣ କିଣି ଯୋଗାଇ ଦେଇଥାନ୍ତି।

ଉଚ୍ଚ ଶିକ୍ଷା ସହ ସାରା ରାଜ୍ୟର କୋଣ ଅନୁକୋଣର ସମସ୍ୟାକୁ ରାଜ୍ୟ ସରକାରଙ୍କ ନିକଟରେ ପହଞ୍ଚାଇବା ଭଳି କାର୍ଯ୍ୟ ଏବେ ତାଙ୍କର ନିଶା ପାଲଟି ଯାଇଛି । ଏସବୁ ସାମାଜିକ ଓ ବିକାଶମୂଳକ କାର୍ଯ୍ୟଗୁଡ଼ିକର ତ୍ୱରିତ ସମାଧାନ ଏବଂ ସହଯୋଗ ପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ, ମୋ ସରକାର ୫-ଟି ସଚିବ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଗକୁ ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ଏହି ସାମାଜିକ ଓ ବିକାଶମୂଳକ କାର୍ଯ୍ୟଧାରା ଜାରି ରଖିବେ ବୋଲି ରାଜେଶ ମତପ୍ରକାଶ କରିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories