ବିଜେଡିରେ ମିଶିଲେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା
ସମ୍ବଲପୁର : ବ୍ରଜରାଜନଗରର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ବିଜେଡିରେ ଯୋଗଦେଇଛନ୍ତି। ବୁଧବାର ସନ୍ଧ୍ୟାରେ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଥିଲେ। ଏହାପୂର୍ବରୁ ରାଧାରାଣୀ ବିଜେପି ରାଜ୍ୟ ସଭାପତିଙ୍କୁ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଥିଲେ । ସୂଚନାଯୋଗ୍ୟ ଯେ, ରାଧାରାଣୀ ୨୦୧୪ ମସିହାରେ ବିଜେପି ଟିକଟରେ ବ୍ରଜରାଜନଗରରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୧୯ ନିର୍ବାଚନ ଓ ୨୦୨୨ ଉପନିର୍ବାଚନରେ ସେ ଯଥାକ୍ରମେ କିଶୋର ମହାନ୍ତି ଓ ଅଳକା ମହାନ୍ତିଙ୍କ ଠାରୁ ପରାଜିତ ହୋଇଥିଲେ। ଏପରିକି ୨୦୦୯ ମସିହାରେ ରାଧାରାଣୀ ବରଗଡ଼ ବିଜେପି ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ତାଙ୍କ ଯୋଗଦାନ ପରେ ବିଜେଡି ସୁଦୃଢ ହେବ ବୋଲି ଶ୍ରୀ ଦାସ ଦୃଢୋକ୍ତି ପ୍ରକାଶ କରିଛନ୍ତି।
Comments are closed.