www.samajalive.in
Monday, December 8, 2025
27.1 C
Bhubaneswar

ଖ୍ରୀଷ୍ଟମାସରେ ଅଯଥା ଖର୍ଚ୍ଚରୁ ବର୍ତ୍ତିବା ପାଇଁ ଆପଣାନ୍ତୁ ଏହି ଉପାୟ

ଖ୍ରୀଷ୍ଟମାସକୁ ଆଉ ମାତ୍ର ଗୋଟିଏ ଦିନ ବାକି। ଧିରେଧିରେ ମନରେ ଆନନ୍ଦ ଓ ଉତ୍ସାହ ବଢିବାରେ ଲାଗିଛି। କାରଣ ଖ୍ରୀଷ୍ଟମାସ ହେଉଛି ପାର୍ଟି, କିଣାକିଣି ଓ ଉପହାରର ପର୍ବ। ତେବେ ଉପହାର ଦେବାର ଥାଉ ବା ପାଇବାର, ବଜାରକୁ ଯିବା ଆସିବା ସାଧାରଣତଃ ଲାଗି ରହିଥାଏ। ଏହିଦିନରେ ରଙ୍ଗବେରଙ୍ଗର ଲାଇଟ୍‍ ଓ ଖ୍ରୀଷ୍ଟମାସ-ଟ୍ରି ଦ୍ୱାରା ସଜ୍ଜିତ ବଜାର, ଲୋଭନୀୟ ବିଜ୍ଞାପନ, ପ୍ରଚୁର ବିକ୍ରୟର ବଡ଼ବଡ଼ ବ୍ୟାନରର ଆମକୁ ପ୍ରଲୋଭନ ଜାଲରେ ଫଶାଇଥାଏ। ସାଧାରଣତଃ ପର୍ବ-ପର୍ବାଣୀ ଖୁସିର ପ୍ରତୀକ ହୋଇଥାଏ, ହେଲେ ଆମର ଅସାବଧାନତା ପାଇଁ ଏହା ଅଯଥା ଖର୍ଚ୍ଚ ଓ ବେହିସାବ ବଜେଟର ପ୍ରତୀକ ପାଲଟିଯାଏ। ହେଲେ ପରେ ବସି ଆମେ ଏଥିପାଇଁ ଅନୁତାପ କରିଥାଆନ୍ତି। ତେଣୁ ଅଜଥା ଖର୍ଚ୍ଚ ଓ ବେହିସାବ ବଜେଟରୁ ବର୍ତ୍ତିବା ପାଇଁ ଆମକୁ କିଛି କଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ।

ଯଦି ଆପଣ କୌଣସି ଲୋଭନୀୟ ବିଜ୍ଞାପନ ଓ ପ୍ରଚୁର ବିକ୍ରୟର ବ୍ୟାନର ଦ୍ୱାରା ଆକୃଷ୍ଟ ହୋଇ କିଛି କିଣିବା ପାଇଁ ଚାହୁଁଛନ୍ତି, ତେବେ ପ୍ରଥମେ ନିଜକୁ ପ୍ରଶ୍ନ କରନ୍ତୁ ଯେ ଏହା ଅପାଣଙ୍କର ଆବଶ୍ୟକ ନା କେବଳ ଇଚ୍ଛା ମାତ୍ର? ଯଦି ଆପଣଙ୍କ ଉତ୍ତର ଇଚ୍ଛା, ତେବେ ସାବଧାନ ହୋଇଯାଆନ୍ତୁ। ଯଦି ଏହି ସମୟରେ ଆପଣ ନିଜ ମନକୁ ନିୟନ୍ତ୍ରଣ କରିପାରିବେ ତାହେଲେ ନିଶ୍ଚିତ ରୂପେ ଅଯଥା ଖର୍ଚ୍ଚରୁ ବର୍ତ୍ତି ପାରିବେ। ଅନ୍ୟମାନଙ୍କ ସାମ୍ନାରେ ନିଜକୁ ବଡ଼ ଦେଖାଇବାର ମାନସିକତା ଅଯଥାଖର୍ଚ୍ଚର ଏକ ବଡ଼ କାରଣ। ଯଦି ଆପଣ ମଧ୍ୟ ଏହି ମାନସିକତାର ଶିକାର, ତେବେ ହଜାର-ହଜାର ଟଙ୍କା ଖର୍ଚ୍ଚ କଲେ ମଧ୍ୟ କେବେହେଲେ ସନ୍ତୁଷ୍ଟି ଅନୁଭବ କରିପାରିବେ ନାହିଁ। ନିଜ ସ୍ଥିତିକୁ ହୃଦୟର ସହ ସ୍ୱୀକାର କରନ୍ତୁ ଓ ମିଛରେ ଦେଖାଇହେବା ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ। ଯଦି ଆବଶ୍ୟକ ନାହିଁ ତେବେ ଶସ୍ତାରେ ଜିନିଷ କିଣିଲେ ମଧ୍ୟ ଏହା ବ୍ୟର୍ଥ ହୋଇଥାଏ।

- Advertisement -

ଅଯଥା ଖର୍ଚ୍ଚକୁ ନିୟନ୍ତ୍ରଣ କରିବାର ଅନ୍ୟ ଏକ ଉପାୟ ହେଉଛି ସୀମାରେ ରହି ବଜେଟ୍‍ ପ୍ରସ୍ତୁତ କରିବା। ହେଲେ କିଛି ଲୋକଙ୍କର ଅଭ୍ୟାସ ଥାଏ ଯେ, ସେମାନେ ବଜେଟ୍‍ ପ୍ରସ୍ତୁତ ନକରି ମନଇଛା ଖର୍ଚ୍ଚ କରିଥାଆନ୍ତି ଓ ଶେଷରେ ବିଲ୍‍ ହାତକୁ ଆସିଲେ ହୋସ୍‍ ଉଡ଼ିଯାଇଥାଏ।

ଏଥର ଖ୍ରୀଷ୍ଟମାସରେ କେକ୍‍ ଆଦି ଖାଦ୍ୟ ସାମଗ୍ରୀକୁ ଯେତେ ସମ୍ଭବ ଘରେ ତିଆରି କରନ୍ତୁ। ଏହାଦ୍ୱାରା ଖର୍ଚ୍ଚ କମ୍‍ ହେବା ସହ ସ୍ୱାସ୍ଥ୍ୟ ମଧ୍ୟ ଠିକ୍‍ ରହିବ।

ଆଲେଖ୍ୟ- ପ୍ରତିଜ୍ଞା ମିଶ୍ର

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories