www.samajalive.in
Monday, December 8, 2025
24.1 C
Bhubaneswar

ରାଜନୈତିକ ଶୋଭାଯାତ୍ରାରେ ସାମିଲ ହୋଇ ଆଶାକର୍ମୀ ନିଲମ୍ବିତ

ବୌଦ୍ଧ: ବୌଦ୍ଧ ଜିଲାରେ ରାଜନୈତିକ ଶୋଭାଯାତ୍ରାରେ ସାମିଲ ହୋଇଥିବାରୁ ପୁଣି ଜଣେ ଆଶା କର୍ମୀଙ୍କୁ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଜେ.ସୋନାଲ ଶୁକ୍ରବାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ମିଳିଥିବା ସୁଚନା ମୁତାବକ ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଗୋଛାପଡ଼ା ସବସେଣ୍ଟର ଅର୍ନ୍ତଗତ ଉସମିଲକା ଗ୍ରାମର ଆଶାକର୍ମୀ ସବିତା ପ୍ରଧାନ ଏକ ରାଜନୈତିକ ଶୋଭାଯାତ୍ରାରେ ସାମିଲ ହୋଇଥିବା ଜଣାପଡ଼ିଥିଲା। ଜିଲାପାଳ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ କରାଯାଇଥିଲା। ରାଜନୈତିକ ଶୋଭାଯାତ୍ରାରେ ଆଶାକର୍ମୀ ସବିତା ପ୍ରଧାନ ସାମିଲ ହୋଇଥିବା ଚିହ୍ନଟ କରାଯିବା ପରେ ତାଙ୍କୁ ଜିଳାପାଳଙ୍କ ନିର୍ବାଚନ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୪୮୩ ତା ୧୦.୫.୨୪ରେ ନିଲମ୍ବିତ କରାଯାଇଥିବା ଦର୍ଶାଯାଇଛି। ନିଲମ୍ବନ ସମୟରେ ଆଶାକର୍ମୀଙ୍କୁ ଜହ୍ନାପଙ୍କ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ଯ୍ୟକରିବାକୁ ନିର୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ଜିଲାରେ ନିର୍ବାଚନ କାର୍ଯ୍ୟକ୍ରମରେ ସମ୍ପୃକ୍ତି ଅଭିଯୋଗରେ ପୂର୍ବରୁ ଜଣେ ଶିକ୍ଷୟିତ୍ରୀ ଓ ଦୁଇ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବାବେଳେ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଛି।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories