www.samajalive.in
Tuesday, December 9, 2025
15.1 C
Bhubaneswar

ଧର୍ମଶାଳାରେ ଆଜି ବେଙ୍ଗାଲୁରୁ -ପଞ୍ଜାବ ଟକ୍କର

ଧର୍ମଶାଳା : ଆଇପିଏଲ୍ ମହାସମର। ଆଜି ଧର୍ମଶାଳାରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗ୍ସ । ଦୁଇ ଦଳ ସମାନ ସ୍ଥିତିରେ ରହିଛନ୍ତି। ବିଜୟୀ ଦଳ ପ୍ଲେ ଅଫ ଦୌଡ଼ରେ ତିଷ୍ଠି ରହିବାବେଳେ ପରାଜିତ ଦଳ ବାଦ୍‌ ପଡ଼ିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖିଲେ ଦୁଇ ଦଳ ପାଇଁ ଉକ୍ତ ମ୍ୟାଚ କର ବା ମର ସଦୃଶ ହୋଇଛି। ପଞ୍ଜାବ କିଙ୍ଗ୍ସ ୧୧ଟି ମ୍ୟାଚରୁ ୪ଟି ବିଜୟ ଓ ୭ଟି ପରାଜିତ ହୋଇଛି। ଅନ୍ୟପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟ ୧୧ଟି ମ୍ୟାଚରୁ ୪ଟି ବିଜୟ ଓ ୭ଟି ପରାଜିତ ହୋଇଛି। ପ୍ରଥମ ଚରଣ ମ୍ୟାଚରେ ବେଙ୍ଗାଲୁରୁ ୪ ୱିକେଟରେ ପଞ୍ଜାବକୁ ପରାସ୍ତ କରିଥିଲା। ପଞ୍ଜାବ ୧୭୬ରନ କରିଥିବାବେଳେ ବେଙ୍ଗାଲୁରୁ ବିରାଟ କୋହଲିଙ୍କ ୭୭ରନ ବଳରେ ୬ ୱିକେଟ ହରାଇ ବିଜୟଲକ୍ଷ୍ୟ ହାସଲ କରିଥିଲା। ଏବେ ପଞ୍ଜାବ ନିକଟରେ ପ୍ରତିଶୋଧ ନେଇ ସୁଯୋଗ ରହିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ୮ଟି ମ୍ୟାଚରୁ ମାତ୍ର ଗୋଟିଏ ବିଜୟ ହାସଲ କରିଥିବାବେଳେ ଶେଷ ୩ଟି ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦୁଇଥର ଓ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିବାରେ ସଫଳ ହୋଇଛି। ତେବେ ବର୍ତ୍ତମାନର ବେଙ୍ଗାଲୁରୁର ଫର୍ମକୁ ଦେଖିଲେ ପଞ୍ଜାବକୁ ମ୍ୟାଚ ଜିତିବାକୁ ହେଲେ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories