www.samajalive.in
Friday, December 5, 2025
27.1 C
Bhubaneswar

ଦୁଲୁକିବ କନ୍ଧମାଳ – ୯ରେ ନବୀନ, ୧୧ରେ ମୋଦି ଓ ୧୪ରେ ଖଡ଼ଗେ

ଫୁଲବାଣୀ: ଆସନ୍ତା ୨୦ ତାରିଖରେ କନ୍ଧମାଳ ଜିଲାରେ ଅନୁଷ୍ଠିତ ହେବ ମତଦାନ। ତାରିଖ ଯେତିକି ଯେତିକି ପାଖେଇ ଆସୁଛି ଜିଲାରେ ପ୍ରଚାର ମଧ୍ୟ ଜୋର ଧରିବାରେ ଲାଗିଛି। ସବୁ ପ୍ରମୁଖ ଦଳର ପୋକସ୍‌‌ ରହିଛି ଏବେ କନ୍ଧମାଳରେ। ଏହି ଅରପ୍ରେକ୍ଷିରେ ଆସନ୍ତା ସପ୍ତାହରେ କନ୍ଧମାଳକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ସବୁ ଦଳର ହେବିଭୋଲଟେଜ୍‌‌ ନେତା ମାନେ। ପ୍ରଚାର ମଧ୍ୟ ହେବ ହାଇ ଭୋଲଟେଜ୍‌‌ ବୋଲି ସମସ୍ତ ଦଳ ପକ୍ଷରୁ କୁହାଯାଇଛି।

ସମସ୍ତ ଦଳ ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ ଆସନ୍ତା ୯ ତାରିଖରେ ପ୍ରଚାରରେ ସାମିଲ୍‌‌ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, କନ୍ଧମାଳ ଷ୍ଟାଡ଼ିୟମ୍‌‌ରେସେ ଏକ ଜନସଭାକୁ ସମ୍ବୋଦନ କରିବେ। ପୁଣି ଆସନ୍ତା ୧୧ ତାରିଖରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଫୁଲବାଣୀ ପୁଲିସ୍‌‌ ପଡ଼ିଆ ଠାରେ ଏକ ବିଶାଳ ଜନସଭାରେ ଯୋଗଦେଇ ଭୋଟ ମାଗିବେ ପ୍ରଧାନମନ୍ତ୍ରୀ। ସେହିଭଳି ୧୪ ତାରିଖରେ କଂଗ୍ରେସର ରାଷ୍ଟ୍ରିୟ ଅଧ୍ୟକ୍ଷ ମଲ୍ଲିକାଜୁର୍ନ ଖଡ଼ଗେ ଫୁଳବାଣୀ ଗସ୍ତ କରି ଏକ ନିର୍ବାଚନ ସଭାରେ ଯୋଗଦେବେ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ। ସମସ୍ତ ଦଳର ତାରକା ପ୍ରଚାରକଙ୍କ ଗସ୍ତକୁ ନେଇ ତିନି ପ୍ରମୁଖ ଦଳର ନେତା ଓ କର୍ମୀଙ୍କ ମଧ୍ୟରେ ବେସ୍‌‌ ଉତ୍ସାହ ଦେଖାଯାଇଥିବା ବେଳେ ସମସ୍ତ ସଭାକୁ ସଫଳ କରିବା ପାଇଁ ତିନି ତଳ ପକ୍ଷରୁ ଆରମ୍ଭ ହୋଇଛି ତୁହାକୁ ତୁହା ବୈଠକ।

- Advertisement -

ଇତି ମଧ୍ୟରେ ବିଜେଡ଼ି ପକ୍ଷରୁ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ କନ୍ଧମାଳ ଗସ୍ତ କରି ସ୍ଥିତି ପରକ୍ଷିବା ସହିତ ସଭା ଯେଭଳି ଭାବେ ସଫଳ ହେବ ସେ ନେଇ ଦଳୀୟ ନେତା ଓ କର୍ମୀମାନଙ୍କୁ ପରାମର୍ଶ ଦେଇ ଫେରିଥିବା ବେଳେ ମଙ୍ଗଳବାର ବିଜେପିର ଏକ ଜରୁରି ବୈଠକ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଆୟୋଜିତ ହେବାକୁ ଥିବା ବିଜୟ ସଂକଳ୍ପ ସମାମେଶର ସଫଳତା ପାଇଁ ଆଜି କନ୍ଧମାଳ ଲୋକସଭା କାର୍ଯ୍ୟାଳୟ ଠାରେ ରାଜ୍ୟ ସାଧାରଣ ସଂପାଦକ ସାରଦା ପ୍ରସାଦ ଶତପଥୀ, ଦଶପଲ୍ଳା ବିଧାୟକ ପାର୍ଥୀ ରାଘବ ମଲିକ, ବୌଦ୍ଧ ବିଧାୟକ ପାର୍ଥୀ ସରୋଜ ପ୍ରଧାନ, ବାଲିଗୁଡ଼ା ପାର୍ଥୀ ଶ୍ରୀମତି କଳ୍ପାନା କହଁର, ଜି.ଉଦୟଗିରି ପାର୍ଥୀ ମାନଗୋବିନ୍ଦ ପ୍ରଧାନ, ଫୁଲବାଣୀ ପାର୍ଥୀ ଉମା ଚରଣ ମଲିକ, ଭଞ୍ଜନଗର ପାର୍ଥୀ ପ୍ରଦ୍ୟୁମ୍ନ ନାୟକଙ୍କ ସମେତ କନ୍ଧମାଳ ଜିଲାର ସମସ୍ତ ମଣ୍ଡଳ କାର୍ଯ୍ୟକର୍ତ୍ତା ଓ ଅନ୍ୟ ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ବିିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିବା ବେଳେ କଂଗ୍ରେସ ପକ୍ଷରୁ ଏଆଇସିସି ସଂପାଦକ ହର୍ଷବର୍ଦ୍ଧନ ସଫାଇ ଓ ଭୂପେନ୍ଦ୍ର ମାବୀ ପ୍ରମୁଖ ଗସ୍ତ କରି ଆୟୋଜନ ନେଇ ଅନୁଧାନ କରିଥିବାର ଜଣାଯାଇଛି। ତେବେ ତିନି ପ୍ରମୁଖ ଦଳର ହେଭି ୱେଟ୍‌‌ ନେତାମାନେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବା ଯୋଗୁଁ ଏହାକୁ ନେଇ କନ୍ଧମାଳ ଜିଲା ପୁଲିସ୍‌‌ ଓ ପ୍ରଶାସନ ପକ୍ଷରୁ ମଧ୍ୟ ବୈଠକ ହୋଇଥିବାର ଜଣାଯାଇଛି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories