www.samajalive.in
Wednesday, December 10, 2025
26.1 C
Bhubaneswar

ସଂଖ୍ୟାଲଘୁଙ୍କ ସହ କେମିତି ବ୍ୟବହାର କରାଯାଏ ତାହା ମୋଦୀଙ୍କୁ ଶିଖାଇବି: ଇମ୍ରାନ୍‍

ଲାହୋର: ସଂଖ୍ୟାଲଘୁଙ୍କ ସହିତ କେମିିତି ବ୍ୟବହାର କରାଯାଏ ତାହା ନରେନ୍ଦ୍ର ମୋଦୀ ସରକାରଙ୍କୁ ଶିଖାଇବେ ବୋଲି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‍ ଖାନ୍‍। ଭାରତରେ ଭିଡ଼ ହିଂସାକୁ ନେଇ ଅଭିନେତା ନାସିରୁଦ୍ଦିନ ଶାହାଙ୍କ ମନ୍ତବ୍ୟ ପରେ ସୃଷ୍ଟ ବିବାଦ ପ୍ରସଙ୍ଗରେ ଇମ୍ରାନ୍‍ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।
ଲାହୋରଠାରେ ପଞ୍ଜାବ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଅବସରରେ ଜନସାଧାରଣଙ୍କୁ ସମ୍ବୋଧିତ କରିବା ଅବସରରେ ଇମ୍ରାନ୍‍ କହିଛନ୍ତି ଯେ ନୂଆ ପାକିସ୍ତାନରେ ଧର୍ମୀୟ ସଂଖ୍ୟାଲଘୁମାନଙ୍କୁ ସେମାନଙ୍କ ନ୍ୟାଯ୍ୟ ଅଧିକାରକୁ କେହି ବଞ୍ଚିତ କରିପାରିବେ ନାହିଁ। ସେମାନେ ସମାନ ଅଧିକାର ଓ ସୁରକ୍ଷା ପାଇବାରେ ହକ୍‍ଦାର। ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କର ଏହା ହିଁ ଆଦର୍ଶ। ପୂର୍ବ ପାକିସ୍ତାନରେ ସଂଖ୍ୟାଲଘୁଙ୍କୁ ସେମାନଙ୍କ ନ୍ୟାଯ୍ୟ ଅଧିକାର ନ ମିଳିବାରୁ ବାଂଲାଦେଶ ସୃଷ୍ଟି ହୋଇଥିଲା।
ଉତ୍ତରପ୍ରଦେଶର ବୁଲନ୍ଦସହରରେ ଗତ ୩ ତାରିଖରେ ଭିଡ଼ ହିଂସା ନିୟନ୍ତ୍ରଣ କରିବାକୁ ଯାଇ ଇନ୍ସପେକ୍ଟର ସୁବୋଧ କୁମାର ସିଂହ ଓ ସୁମିତ କୁମାର ନାମକ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ନାସିରୁଦ୍ଦିନ ଶାହା ଟିପ୍ପଣୀ ଦେଇ ବିବାଦୀୟ ହୋଇପଡ଼ିଛନ୍ତି। ସେ କହିଥିଲେ ଯେ ଏଠାରେ ଗାଈ ତୁଳନାରେ ପୁଲିସ କର୍ମଚାରୀଙ୍କ ଜୀବନ ତୁଚ୍ଛ। ଏହି ଭାଇରସ ଚତୁର୍ଦ୍ଦିଗକୁ ମାଡ଼ି ଯାଇଛି, ଯାହାକୁ ରୋକିବା କଷ୍ଟକର। ଏହାଦ୍ୱାରା ଆଗାମୀ ପିଢ଼ି ସର୍ବାଧିକ କ୍ଷତିଗ୍ରସ୍ତ ହେବେ। ଆଗାମୀ ଦିନରେ ଏଭଳି ପରିସ୍ଥିତି ସୃଷ୍ଟି ହେବ ଯେତେବେଳେ ନିଜ ପରିଚୟ ଦେବାକୁ ହିନ୍ଦୁ ଓ ମୁସଲିିମ୍‍ମାନେ ଭୟ କରିବେ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories