www.samajalive.in
Monday, December 8, 2025
24.1 C
Bhubaneswar

ଅଗ୍ନି – ୪ର ସଫଳ ଉତକ୍ଷେପଣ

ବାଲେଶ୍ୱର : ଚାନ୍ଦିପୁର ସମନ୍ମିତ ପରୀକ୍ଷଣ କେନ୍ଦ୍ରର ଦୂରଗାମୀ ବାଲାଷ୍ଟିକ କ୍ଷେପଣାସ୍ତ୍ର ଅଗ୍ନି -୪ର ସଫଳ ଉତକ୍ଷେପଣ ହୋଇଛି। ଧାମରା ଅବଦୁଲ କଲାମ ଦ୍ୱୀପର ୪ନଂ ଲଞ୍ଚପ୍ୟାଡ଼ରୁ ଏହାର ସଫଳ ପରୀକ୍ଷଣ କରାଯାଇଥିବା ଜଣାପଡ଼ିଛି। ଏହା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ। ଏହାକୁ ଏକ ମୋବାଇଲ ଲଞ୍ଚରରେ ପରୀକ୍ଷା କରାଯାଇଥିଲା। ରବିବାର ସକାଳ ୮ଟା ୩୫ ମିନିଟ ସମୟରେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଛି। ସୂଚନା ଅନୁଯାୟୀ, ଏହାର ଲକ୍ଷ୍ୟଭେଦ କ୍ଷମତା ୩ରୁ୪ ହଜାର କି.ମି।
ଏଥିରେ କଠିନ ଇନ୍ଧନ ବ୍ୟବହାର କରାଯିବ। ୨୦ ମିଟର ଲମ୍ବ ଏବଂ ୧୭ ଟନ ଓଜନ ବିଶିଷ୍ଟ ଏହି କ୍ଷେପଣାସ୍ତ୍ର ଏକ ଟନ ଓଜନର ଉଭୟ ପାରମ୍ପରିକ ଏବଂ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିପାରିବ। ଏହି ପରୀକ୍ଷଣ ସମୟରେ ପ୍ରତିରକ୍ଷା ମନ୍ତ୍ରାଳୟର ବହୁ ବୈଜ୍ଞାନିକ ଉପସ୍ଥିତ ଥିଲେ। ଗତବର୍ଷ ୨ ତାରିଖରେ ଏହାର ଶେଷ ପରୀକ୍ଷା କରାଯାଇଥିଲା। ୨୦୧୧ ନଭେମ୍ବର ୧୫ ତାରିଖରେ ଏହାର ପ୍ରଥମ ପରୀକ୍ଷା କରାଯାଇଥିଲା।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories