www.samajalive.in
Saturday, December 6, 2025
26.1 C
Bhubaneswar

ବାୟୁସେନା ଯବାନଙ୍କ ଉପରେ ଆକ୍ରମଣ ଘଟଣା: ୨ ପାକ୍‌ ଆତଙ୍କବାଦୀଙ୍କ ସ୍କେଚ୍‌ ଜାରି

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରର ପୁଞ୍ଚ୍‌ ଜିଲାରେ ଆତଙ୍କବାଦୀମାନେ ଗତ ଶନିବାର ଭାରତୀୟ ବାୟୁସେନା ଗାଡି ଉପରେ ଆକ୍ରମଣ କରିଥିଲେ। ଏଥିରେ ଭିକି ପାହାଡି ନାମକ ଯବାନ ସହିଦ ହୋଇଥିବାବେଳେ ଆହତ ଅନ୍ୟ ୪ ଜଣ ଉଦ୍ଧାମପୁରସ୍ଥିତ ସେନା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାରେ ସ୍ଥଳସେନା ପକ୍ଷରୁ ୨ ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କ ସ୍କେଚ୍‌ ଜାରି କରାଯାଇଛି। ଏମାନଙ୍କ ସମ୍ପର୍କରେ ସୂଚନା ଦେଲେ ୨୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ମଧ୍ୟ ଘୋଷଣା କରାଯାଇଛି। ଶନିବାର ସନ୍ଧ୍ୟା ୬ଟା ସମୟରେ ପୁଞ୍ଚ୍‌ ଜିଲାର ସୁରନ୍‌କୋଟ୍‌ ଅଞ୍ଚଳରେ ସଶସ୍ତ୍ର ଆତଙ୍କବାଦୀମାନେ ବାୟୁସେନାର ଯବାନଙ୍କୁ ନେଇ ଯାଉଥିବା ଗାଡି ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଚାରିଜଣ ଆତଙ୍କବାଦୀ ସାମିଲ ଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି। ଲସ୍କର ଆତଙ୍କବାଦୀ ସାଜିଦ ଜୁଟ୍‌ ଏହି ଆକ୍ରମଣର ମାଷ୍ଟର ମାଇଣ୍ଡ ବୋଲି ଜାମ୍ମୁ-କାଶ୍ମୀର ପୁଲିସ ପକ୍ଷରୁ କୁହାଯାଇଛି। ସ୍ଥଳସେନାର ପାରା କମାଣ୍ଡୋମାନେ ଉକ୍ତ ଅଞ୍ଚଳକୁ ଘେରାଉ କରି ତଲାସି ଅଭିଯାନ ଜାରି ରଖିଛନ୍ତି। ଭାରତୀୟ ବାୟୁସେନା ପକ୍ଷରୁ ସହିଦ ଭିକି ପାହାଡିଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories