www.samajalive.in
Saturday, December 6, 2025
16.1 C
Bhubaneswar

ଟି-୨୦ ବିଶ୍ଵକପକୁ ଆତଙ୍କବାଦୀଙ୍କ ଧମକ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ପୁରୁଷ ଟି-୨୦ ବିଶ୍ଵକପକୁ ଆତଙ୍କବାଦୀ ଧମକ ମିଳିଛି  । ଏହି କ୍ରିକେଟ ମହାକୁମ୍ଭର ସହ-ଆୟୋଜକ ୱେଷ୍ଟଇଣ୍ଡିଜକୁ ଉତ୍ତର ପାକିସ୍ତାନର ଆତଙ୍କବାଦୀଙ୍କ ପକ୍ଷରୁ ଧମକ ଦିଆଯାଇଛି। ଏହି ଧମକ ପାଇବା ପରେ ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ସତର୍କ ହେବା ସହିତ ବିଶ୍ଵକପ୍‌ ଇଭେଣ୍ଟରେ ଯେପରି କୌଣସି ବାଧା ନ ଉପୁଜେ ସେଥିଲାଗି ନିଜକୁ ପ୍ରସ୍ତୁତ ରଖିଥିବା  ସୂଚନା ​‌ଦେଇଛି। ବିଶ୍ଵକପ ପାଇଁ ସମସ୍ତ ପ୍ରକାର ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯିବା ନେଇ କ୍ରିକେଟ ୱେଷ୍ଟଇଣ୍ଡିଜ (ସିଡବ୍ଲୁଆଇ) ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।

ସୂଚନା ଅନୁସାରେ, ପ୍ରୋ-ଇସଲାମିକ୍‌ ଷ୍ଟେଟ୍‌ (ଆଇଏସ)ର ଗଣମାଧ୍ୟମରେ କ୍ରୀଡ଼ା କାର୍ଯ୍ୟକ୍ରମଗୁଡ଼ିକରେ ହିଂସା ସୃଷ୍ଟି କରିବା ନେଇ ପ୍ରଚାର ଅଭିଯାନ କରାଯାଉଛି। ଏଥିରେ ସଂଗଠନର ଆଫଗାନିସ୍ତା-ପାକିସ୍ତାନ ଶାଖା ଆଇଏସ ଖୋରାସନ ଏକ ଭିଡିଓ ବାର୍ତ୍ତା ଶେୟାର କରିଛି। ନିଜ ନିଜ ଦେଶରେ ଆୟୋଜିତ ହେଉଥିବା କ୍ରୀଡ଼ା କାର୍ଯ୍ୟକ୍ରମଗୁଡ଼ିକରେ ହିଂସା ସୃଷ୍ଟି କରିବା ପାଇଁ ସଂଗଠନ ଏହାର ସମର୍ଥକମାନଙ୍କୁ ପ୍ରବର୍ତ୍ତାଉଛି।

- Advertisement -

ସୂଚନାଯୋଗ୍ୟ, ଚଳିତ ବିଶ୍ଵକପ ଆସନ୍ତା ଜୁନ୍‌ ୨ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥର କ୍ରିକେଟ ୱେଷ୍ଟଇଣ୍ଡିଜ ସହିତ ଆମେରିକା ଏହି କ୍ରୀଡ଼ା ମହାକୁମ୍ଭର ସହ-ଆୟୋଜକ ରହିଛନ୍ତି। ଆତଙ୍କବାଦୀ ସଂଗଠନ ପକ୍ଷରୁ ଧମକ ମିଳିବା ପରେ ସିଡବ୍ଲୁଆଇର ସିଇଓ ଜନି ଗ୍ରେଭ୍‌ସ କହିଛନ୍ତି, ଆମେ ଆୟୋଜକ ଦେଶ ଏବଂ ସହରଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥା ଉପରେ କଡ଼ା ନଜର ରଖୁଛୁ। ଯେକୌଣସି ପ୍ରକାର ବିପଦକୁ ବିଫଳ କରିବା ପାଇଁ ଉପଯୁକ୍ତ ଯୋଜନା ପ୍ରସ୍ତୁତ ହୋଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories