www.samajalive.in
Saturday, December 6, 2025
26.1 C
Bhubaneswar

ଶ୍ରମିକ ସଂଗଠନର ବୈଠକ ; କାଳବୈଶାଖୀ ଉଡାଇନେଲା ସାମିଆନା, ଅଳ୍ପକେ ବର୍ତ୍ତିଲେ କୃଷିମନ୍ତ୍ରୀ

ଗୁରୁଡିଝାଟିଆ : ଆନ୍ତର୍ଜାତୀୟ ଶ୍ରମିକ ଦିବସ ଉପଲକ୍ଷେ ଅନୁଷ୍ଠିତ ହେଉଥିଲା ବୈଠକ। ଟାଟା ଷ୍ଟିଲ ଆଣ୍ଡ ମାଇନ୍ସ କର୍ମଚାରୀ ସଂଘ ଓ ହିନ୍ଦ ମଜଦୂର ସଂଘର ମିଳିତ ଆନୁକୂଲ୍ୟରେ ଅନନ୍ତପୁର ଖେଳପଡିଆରେ ଠାରେ ଅନୁଷ୍ଠିତ ହେଉଥିଲା ବୈଠକ। କୃଷିମନ୍ତ୍ରୀ ତଥା ହିନ୍ଦ ମଜଦୂର ସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ହେଲେ ଅପରାହ୍ନରେ ବୈଠକ ପ୍ରାୟ ଅଧାଅଧି ହୋଇଥିବା ବେଳେ ହଠାତ୍ କାଳବୈଶାଖୀ ତାଣ୍ଡବ ରଚିଥିଲା। ସାମିଆନା ତଳେ ପ୍ରାୟ ୭୦ ରୁ ଉଦ୍ଧ୍ୱର୍ କର୍ମଚାରୀ ଓ ଶ୍ରମିକନେତାଙ୍କ ସହିତ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଉପସ୍ଥିତ ରହିଥିଲେ।
ଆସ୍ତେ ଆସ୍ତେ କାଳବୈଶାଖୀର ପ୍ରଭାବ ବୃଦ୍ଧି ପାଇବା ସହିତ ଜୋରରେ ପବନ ହେବା ଫଳରେ ସାମିଆନା ସଂପୂର୍ଣ୍ଣ ଓଲଟାଇ ଦେଇଥିଲା। ସାମିଆନା ତଳେ ଥିବା ସମସ୍ତ କର୍ମଚାରୀ ଓ ଶ୍ରମିକ ନେତା ଅନ୍ୟତ୍ର ଦୌଡି ଜୀବନ ଭୟରେ ପଳାଇ ଯାଇଥଲେ । ମନ୍ତ୍ରୀ ଶ୍ରୀ ସ୍ୱାଇଁ ମଧ୍ୟ ପାଖରେ ଥିବା ନିଜ ଗାଡିକୁ ଯିବାର ଅଳ୍ପ ସମୟ ଭିତରେ ଏଭଳି ଅଘଟଣ ଘଟିଥିଲା। ଯାହା ଫଳରେ ଅଳ୍ପକେ ବିପଦରୁ ରକ୍ଷା ପାଇ ଯାଇଛନ୍ତି। ହେଲେ ସାମିଆନା ଭାଙ୍ଗିଯିବା ଫଳରେ ପଡିଥିବା ଚେୟାର ଭାଙ୍ଗିରୁଜି ଯାଇଥିବା ବେଳେ ଅନେକ ଉଡିଯାଇଥିବା ଦେଖିବାକୁ ମିଳିଥିଲା। କାଳବୈଶାଖୀର ପ୍ରଭାବ ଏତେ ଅଧିକ ଥିଲା ଯେ ସ୍ଥାନୀୟ ଅଞ୍ଚଳରେ ଅନେକ ଗଛ ଉପୁଡି ଯାଇଥିବା ବେଳେ ଲୁହା ଫ୍ରେମରେ କଂକ୍ରିଟ କରାଯାଇ ପୋତା ଯାଇଥିବା ସୁଦୃଶ୍ୟ ହୋର୍ଡିଂଙ୍କୁ ମଧ୍ୟ ସଂପୂର୍ଣ୍ଣ ନୁଆଇଦେଇ ମାଟିରେ ଲଗାଇ ଦେଇଛି। ପ୍ରକାଶଯୋଗ୍ୟ କାଳବୈଶାଖୀ ଯୋଗୁଁ ଗୁରୁଡିଝାଟିଆ ଅଞ୍ଚଳରେ କୁଆପଥର ଓ ସ୍ୱଳ୍ପ ପରିମାଣର ବର୍ଷା ହୋଇଛି। କାଳବୈଶାଖି ଯୋଗୁଁ ସାମିଆନା ଉଡାଇନେବା ଓ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ସହ ଅନ୍ୟମାନେ ଈଶ୍ୱରଙ୍କ କୃପାରୁ ଅଳ୍ପକେ ରକ୍ଷା ପାଇ ଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ରଣେନ୍ଦ୍ରଙ୍କ ସମର୍ଥକମାନେ ଈଶ୍ୱରଙ୍କ କୃପା ପାଇଁ ବଡ ଧରଣର ଅଘଟଣକୁ ଏଡାଇ ଦିଆଯାଇଛି ବୋଲି କହିଥିଲେ।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories