www.samajalive.in
Wednesday, December 10, 2025
26.1 C
Bhubaneswar

ବିଭିନ୍ନ ସ୍ଥାନରେ ଚଢ଼ାଉ,୫୦ କିଗ୍ରା ଗଞ୍ଜେଇ ଜବତ – ୩ ଗିରଫ

ସମ୍ବଲପୁର: ଚଳିତ ନିର୍ବାଚନକୁ ଭୟ ଓ ପକ୍ଷପାତ ମୁକ୍ତ କରିବା ପାଇଁ ବିଭିନ୍ନ ମାଦକଦ୍ରବ୍ୟ ଉପରେ ଚଢ଼ାଉ ଅଭିଯାନ ଅବକାରୀ ବିଭାଗ ତରଫରୁ ନିୟମିତ କରାଯାଉଛି। ଏହି କ୍ରମରେ ମଙ୍ଗଳବାର ସମ୍ବଲପୁର ତଥା ଆଖପାଖ ଅଞ୍ଚଳରେ ୩ଟି ସ୍ଥାନରେ ଚଢ଼ାଉ କରି ଅବକାରୀ ଗୁଇନ୍ଦା ବିଭାଗ ୩ ଜଣଙ୍କୁ ଗିରଫ କରିବା ସହିତ ୨ଟି ସ୍କୁଟି ଓ ସମୁଦାୟ ୫୦ କିଗ୍ରା ଗଞ୍ଜେଇ ଜବତ କରାଯାଇଛି। ବିଭାଗ ତରଫରୁ ଜାରି ସୂଚନୁାନୁଯାୟୀ, ଅବକାରୀ ଗୁଇନ୍ଦା ଇନିସ୍ପକେଟର ଧନଞ୍ଜୟ ପାତ୍ର, ଏସଆଇ ଦିଲୀପ ତାଣ୍ଡି ଓ ଅଲେଖ ପ୍ରଧାନଙ୍କ ନେତୃତ୍ୱରେ ୩ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ଅଞ୍ଚଳରେ ଚଢ଼ାଉ କରାଯାଇ ଶ୍ରୀକାନ୍ତ ବେହେରା, ଶାସନ ଥାନା ଅର୍ନ୍ତଗତ ଖଇରପାଲି ଠାରେ ଚଢ଼ଉ ସମୟରେ ଡମ୍ବରୁଧର ବେହେରା ଓ ସଦର ଥାନା ଅନ୍ତର୍ଗତ କେଉଁଡିହି ଠାରେ ଚଢ଼ାଉ କରାଯାଇ ଲଳିତ ବେରିହାଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ମାନଙ୍କ ନିକଟରୁ ୨ଟି ସ୍କୁଟି ଜବତ କରାଯିବା ସହିତ ୫୦ କିଗ୍ରା ଗଞ୍ଜେଇ ଜବତ କରାଯାଇଛି। ଜବତ କରାଯାଇଥିବା ଗଞ୍ଜେଇ, ଗାଡି ଗୁଡିକର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କାରୁ ଅଧିକ ହେବ। ଏ ନେଇ ଅବକାରୀ ବିଭାଗ ତରଫରୁ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ ଅଦାଲତକୁ ଚାଲାଣ କରାଯାଇଛି ବୋଲି ସୂଚନା ଦିଆଯାଇଛି।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories