www.samajalive.in
Wednesday, December 10, 2025
26.1 C
Bhubaneswar

ଖୁଣ୍ଟାପଡ଼ା ପଞ୍ଚାୟତରେ ବିଜେପିର ବିଜୟ ସଂକଳ୍ପ ସମାବେଶ

ପାଟଣା: ବିଜେପି ପାଟଣା ନିର୍ବାଚନ ମଣ୍ଡଳୀ ତରଫରୁ ବିଜୟ ସଂକଳ୍ପ ସମାବେଶ ପାଟଣା ବ୍ଲକ ଖୁଣ୍ଟାପଡା ପଞ୍ଚାୟତ ବାରଖଣ୍ଡିଆ ଆମ୍ବତୋଟା ଠାରେ ଆଜି ଅନୁଷ୍ଠିତ ହୋଇଛି। ଏଠାରେ ଆଖପାଖ ଅଞ୍ଚଳର ୧୫ ଶହରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଏବଂ ମା ଭଉଣୀ ମାନେ ଯୋଗ ଦେଇଥିଲେ। ପାଟଣା ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାଏକଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଠାରେ ଅବସରପ୍ରାପ୍ତ ଶିକ୍ଷକ ଦିନମଣୀ ଗିରି ଏବଂ ପର୍ଶୁରାମ ବାରିକ, ଅବସରପ୍ରାପ୍ତ ମୁଦ୍ରଣ ଅଧିକାରୀ ଶରତ ଚନ୍ଦ୍ର ପ୍ରଧାନ ଏବଂ ଅବସରପ୍ରାପ୍ତ ସହାୟକ ଖଗେଶ୍ୱର ସାହୁଙ୍କୁ ପ୍ରମୋଦ ସାହୁଙ୍କ ସଂଯୋଜନାରେ ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭାବେ ବିଜେପିରେ ସାମିଲ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତ, ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା, ଜିଲ୍ଲା ସମ୍ପାଦକ ହେମରଞ୍ଜନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories