www.samajalive.in
Monday, December 15, 2025
14.1 C
Bhubaneswar

ମେ’ ୨ୟ ସପ୍ତାହରେ ବାହାରିବ ମାଟ୍ରିକ ପରୀକ୍ଷା ଫଳ !

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ବାର୍ଷିକ ମାଟ୍ରିକ ପରୀକ୍ଷାଫଳ ମେ ମାସ ଦ୍ବିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ। ଉତ୍ତର ଖାତା ମୂଲ୍ୟାଙ୍କନ ତ୍ରୁଟି ଯାଞ୍ଚ ଓ ସଂଶୋଧନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ରହିଛି। ଚଳିତ ବର୍ଷ ତ୍ରୁଟି ଶୂନ୍ୟ ଫଳ ପ୍ରକାଶ ନେଇ ବୋର୍ଡ ଗୁରୁତ୍ବ ଦେଉଛି। ଏଥର ପ୍ରଥମ ଥର ପାଇଁ ବୋର୍ଡ ପକ୍ଷରୁ ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ। ପରୀକ୍ଷା ଫଳ ପ୍ରକାଶ ପାଇବାର ଦିନକ ମଧ୍ୟରେ ଛାତ୍ରଛାତ୍ରୀ ବୋର୍ଡ ୱେବ୍‌ସାଇଟ୍‌ରୁ ଡିଜିଟାଲ ସାର୍ଟିଫିକେଟ୍‌ ଡାଉନ୍‌ଲୋଡ କରିବେ। ଏଥିଲାଗି ଆଡମିଟ୍‌ କାର୍ଡର ନକଲ ପ୍ରଦାନ କରିବାକୁ ପଡିବ। ଉକ୍ତ ଅନ୍‌ଲାଇନ୍‌ ପ୍ରମାଣପତ୍ର ସମସ୍ତ କ୍ଷେତ୍ରରେ ଗ୍ରହଣୀୟ ହେବ। ଯଦି କୌଣସି କାରଣରୁ ଅନ୍‌ଲାଇନ୍‌ ପ୍ରମାଣପତ୍ର ହଜିଯାଏ ତେବେ ପୁନଃ ଅନ୍‌ଲାଇନ୍‌ ଯୋଗେ ନକଲ ପ୍ରମାଣପତ୍ର ଲାଗି ୫୦୦ ଟଙ୍କା ଜମା କରିବାକୁ ପଡିବ। ଫଳ ପ୍ରକାଶ ପାଇବାର ମାସକ ମଧ୍ୟରେ ପ୍ରଧାନ ଶିକ୍ଷକଙ୍କ ନିକଟରୁ ଛାତ୍ରଛାତ୍ରୀ ପ୍ରମାଣପତ୍ରର ପ୍ରିଣ୍ଟ କପି ପାଇପାରିବେ। ଅନ୍‌ଲାଇନ୍‌ ଯୋଗେ ପ୍ରମାଣପତ୍ର ପ୍ରଦାନ କରିବାକୁ ଥିବା ଘରୋଇ ସଂସ୍ଥା ସହ ଆଲୋଚନା ଜାରି ରଖିଛି। ଖୁବ୍‌ ଶୀଘ୍ର ପ୍ରମାଣପତ୍ର ଡାଟା ଅପ୍‌ଲୋଡ୍‌ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ନୂତନ ଭାବେ ଆରମ୍ଭ ହେବାକୁ ଥିବା ଅନ୍‌ଲାଇନ୍‌ ପ୍ରମାଣପତ୍ର ପ୍ରକିୟାକୁ ତ୍ରୁଟିମୁକ୍ତ ରଖିବା ଉପରେ ଗୁରୁତ୍ବ ଦିଆଯାଉଥିବା ସେ କହିଛନ୍ତି। ଫେବୃଆରୀ ୨୦ରୁ ମାର୍ଚ୍ଚ ୪ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଚଳିତଥର ୫ଲକ୍ଷ ୫୧ହଜାର ୬୧୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପ୍ରଶ୍ନପତ୍ର ରଖିବାକୁ ୩୧୩ଟି ନୋଡାଲ ସେଣ୍ଟର ହୋଇଥିଲା। ପ୍ରଥମଥର ନିମନ୍ତେ ବୋର୍ଡ ଦ୍ୱାରା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ୟାମେରା ମାଧ୍ୟମରେ ପରୀକ୍ଷା ପରିଚାଳନା କରାଯାଇଥିଲା। ପରୀକ୍ଷା ଶେଷ ହେବାର ୧୨ ଦିନ ମଧ୍ୟରେ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୩୦ଟି ଜିଲାର ୫୫ଟି କେନ୍ଦ୍ରରେ ମୂଲ୍ୟାୟନ କରାଯାଇଥିଲା। ପ୍ରାୟ ୧୬,୨୩୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମୂଲ୍ୟାୟନ ପ୍ରକିୟାରେ ନିୟୋଜିତ ହୋଇଥିଲେ। ଖାତାଦେଖା ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ କରିବା ଲାଗି ‘ଚେକର ଓ ମେକର’ ବ୍ୟବସ୍ଥା ହୋଇଥିଲା। ଲିଖିତ ପରୀକ୍ଷାର ୧୦୦ ମାର୍କକୁ ୮୦% ଓ ଇଣ୍ଟରନାଲ ଆସେସ୍‌ମେଣ୍ଟ ଓ ଆସ୍ପିରେସ୍‌ନାଲ କମ୍ପୋନେଣ୍ଟର ମାର୍କକୁ ୨୦% ଆଧାରରେ ଛାତ୍ରଛାତ୍ରୀଙ୍କୁ ମାର୍କ ପ୍ରଦାନ କରାଯିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories