www.samajalive.in
Thursday, December 11, 2025
18.1 C
Bhubaneswar

ଶିମିଳିପାଳରେ ବନାଗ୍ନି ମୁକାବିଲା, ସହଯୋଗର ହାତ ବଢ଼ାଇଲେ ୫୦ ଗ୍ରାମବାସୀ

ଭୁବନେଶ୍ୱର: ସଂପ୍ରତି ରାଜ୍ୟରେ ଦେଖାଦେଇଥିବା ଗ୍ରୀଷ୍ମପ୍ରବାହ ଯୋଗୁଁ ବନାଗ୍ନି ଆହ୍ବାନ ସୃଷ୍ଟି କରିଛି। ଏହାକୁ କିଭଳି ମୁକାବିଲା କରାଯାଇ ପାରିବ ତାକୁ ନେଇ ଜଙ୍ଗଲ ବିଭାଗ ପକ୍ଷରୁ ଗୁରୁତ୍ବ ଦିଆଯାଇଛି। ଏହିକ୍ରମରେ ଶିମିଳିପାଳର ପିଠାବଟ ବନଖଣ୍ଡର ସୁରକ୍ଷା ପାଇଁ ସ୍ଥାନୀୟ ଗ୍ରାମବାସୀ ସହଯୋଗର ହାତ ବଢ଼ାଇଛନ୍ତି। ଗ୍ରାମବାସୀଙ୍କ ସହଯୋଗ ଏବଂ ଓଡ୍ରାଫ୍ ଟିମର ମିଳିତ ସହଯୋଗରେ ଶିମିଳିପାଳକୁ ବନାଗ୍ନିରୁ ସୁରକ୍ଷା ଦିଆଯାଇ ପାରିବ ବୋଲି ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ. ସୁଶାନ୍ତ ନନ୍ଦ କହିଛନ୍ତି।

ଡ. ନନ୍ଦଙ୍କ ସୂଚନା ଅନୁଯାୟୀ, ଗତ ୫ବର୍ଷ ମଧ୍ୟରେ ଚଳିତବର୍ଷ ସର୍ବାଧିକ ଅପ୍ରତ୍ୟାଶିତ ଗ୍ରୀଷ୍ମପ୍ରବାହ ଅନୁଭୂତ ହୋଇଛି। ଗତ ୫ବର୍ଷ ମଧ୍ୟରେ ଏହି ସମୟ ମଧ୍ୟରେ ୫୫୫୨ଟି ବନାଗ୍ନି ଚିହ୍ନଟ ହୋଇଛି। ୨୦୨୧ ଜାନୁଆରୀ ପହିଲାରୁ ଏପ୍ରିଲ ୨୭ ମଧ୍ୟରେ ସର୍ବାଧିକ ୨୮୬୧ଟି ବନାଗ୍ନି ଅନୁଭୂତ ହୋଇଥିବାବେଳେ ୨୦୨୩ରେ ୧୪୫୬, ୨୦୨୦ରେ ୫୯୯, ୨୦୨୨ରେ ୩୧୯ ଏବଂ ଚଳିତବର୍ଷ ଏହି ଅବଧି ମଧ୍ୟରେ ୩୧୮ଟି ବନାଗ୍ନି ଦେଖାଦେଇଛି। ଚଳିତବର୍ଷର ଏହି ରୌଦ୍ରତାପକୁ ମୁକାବିଲା କରିବା ଲାଗି ଶିମିଳିପାଳରେ ୨୭୩ଟି ଜନସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଏହାସହିତ ୩୦ଟି ଶିବିର କରାଯିବା ସାଙ୍ଗକୁ ୨୨ଟି ସ୍ବତନ୍ତ୍ର ଭ୍ରାମ୍ୟମାଣ ଗାଡ଼ି(ରେଞ୍ଜ) ମୁତୟନ କରାଯାଇଛି।

- Advertisement -

ଏହାବାଦ୍ ବନାଗ୍ନି ଅଞ୍ଚଳ ତ୍ବରିତ ଚିହ୍ନଟ କରିବା ଲାଗି ୨୧୭ଟି ଭିଏଚଏଫ୍ ଯୋଗାଇ ଦିଆଯିବା ସହିତ ୯୭୫ଟି ଫ୍ଲାସ ଲାଇଟ୍(ଟର୍ଚ୍ଚ), ୭୦୬ଟି ଭିଏଚଏଫ୍ ସେଟ୍, ୨୦ଟି ଅଗ୍ନିଶମ ଗାଡ଼ି, ୪୬୦ଟି ଅଗ୍ନି ନିର୍ବାପକ ଯନ୍ତ୍ର ଓ ୨୫୫ ପିପିଇ କିଟ୍ ଯୋଗାଇ ଦିଆଯାଇଛି। ଏହାସହିତ ତ୍ବରିତ ରେସପନ୍ସ ପାଇବା ପାଇଁ ଭିସାଟ୍‌ର ସହାୟତା ଲାଗି ୧୭ଟି ଷ୍ଟେସନ କରାଯାଇଛି।

Hot this week

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

Related Articles

Popular Categories