www.samajalive.in
Monday, December 8, 2025
27.1 C
Bhubaneswar

ହେଲିକପ୍ଟରରେ ଝୁଣ୍ଟିପଡ଼ି ମମତା ଆହତ

କଲକାତା : ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ହେଲିକପ୍ଟରରେ ଯାତ୍ରା କରୁଥିବାବେଳେ ଝୁଣ୍ଟିପଡି ଆହତ ହୋଇଛନ୍ତି। ମମତା ଦୁର୍ଗାପୁରରୁ ଆସାନସୋଲ ଯାତ୍ରା କରୁଥିଲେ। ତେବେ ଅସ୍ଥାୟୀ ପାହାଚରେ ଚଢି ମମତା ହେଲିକପ୍ଟର ମଧ୍ୟରେ ସିଟ୍‌ରେ ବସିବାକୁ ଯାଉଥିବାବେଳେ ଭାରସାମ୍ୟ ହରାଇ ତଳେ ପଡିଯାଇଥିଲେ। ନିକଟରେ ଥିବା ସୁରକ୍ଷା କର୍ମୀ ତାଙ୍କୁ ଉଦ୍ଧାର କରି ସିଟ୍‌ରେ ବସାଇଥିଲେ। ଏହି ଘଟଣାରେ ମମତା ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ କିଛି ମାସ ପୂର୍ବେ ମମତା କଲକାତାସ୍ଥିତ ବାସଭବନରେ ପଡିଯିବାରୁ ମୁଣ୍ଡ ଫାଟିଯାଇଥିଲା। ୨୦୨୩ ଜୁନରେ ତାଙ୍କ ହେଲିକପ୍ଟର ସିଲିଗୁଡିରେ ଜରୁରୀ ଅବତରଣ କରିବାରୁ ମମତା ଗୋଡରେ ଆଘାତ ପାଇଥିଲେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories