ଆମେରିକା ସମର୍ଥିତ ଜାତିସଂଘ ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କଲା ରୁଷ୍
ମହାକାଶରେ ପରମାଣୁ ଅସ୍ତ୍ର ଉପରେ ପ୍ରତିବନ୍ଧକ
ଡେସ୍କ: ଉପଗ୍ରହ ନଷ୍ଟ କରିବାରେ ସକ୍ଷମ ପରମାଣୁ ଉପକରଣ ବିକଶିତ କରିବାକୁ ଚେଷ୍ଟା କରୁଛି ବୋଲି ଆମେରିକାର ଗୁଇନ୍ଦା ସମର୍ଥିତ ଆଶଙ୍କା ମଧ୍ୟରେ ରୁଷ୍ ବୁଧବାର ମହାକାଶରେ ଆଣବିକ ଅସ୍ତ୍ରବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତାବ ଦେଇଥିବା ଜାତିସଂଘର ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରିଛି।
ରୁଷ୍ ରାଷ୍ଟ୍ରଦୂତ ଭାସିଲି ନେବେଞ୍ଜିଆ ଜାତିସଂଘର ଡ୍ରାଫ୍ଟକୁ ସମର୍ଥକ ଆମେରିକା ଓ ଜାପାନ ଦ୍ୱାରା ପ୍ରସ୍ତୁତ ଏକ ନିନ୍ଦନୀୟ ଷଡ଼ଯନ୍ତ୍ର ବୋଲି ବର୍ଣ୍ଣନା କରିଛନ୍ତି। ଫେବ୍ରୁଆରିରେ ରାଷ୍ଟ୍ରପତି ଜୋ ବାଇଡେନ ନିଶ୍ଚିତ କରିଥିଲେ ଯେ ରୁଷ୍ ପରମାଣୁ ଉପଗ୍ରହ ବିରୋଧୀ କ୍ଷମତା ବିକଶିତ କରୁଛି ବୋଲି ଆମେରିକା ପାଖରେ ଗୁଇନ୍ଦା ସୂଚନା ରହିଛି। ପରବର୍ତ୍ତୀ ସମୟରେ ଗୁଇନ୍ଦା ବିଭାଗ ସହ ପରିଚିତ ୩ ଜଣ କହିଛନ୍ତି ଯେ ଏହି ଅସ୍ତ୍ର ବିସ୍ଫୋରଣ ହେଲେ ବିଶାଳ ଶକ୍ତି ତରଙ୍ଗ ସୃଷ୍ଟି କରି ଉପଗ୍ରହଗୁଡ଼ିକୁ ନଷ୍ଟ କରିପାରେ।
ଏହି ପରିଷଦରେ ରୁଷିଆ ଏବଂ ଚୀନ୍ ଦ୍ୱାରା ଆଗତ ପ୍ରସ୍ତାବ ସଂଶୋଧନ ବିରୋଧରେ ଭୋଟ୍ ଦିଆଯାଇଥିଲା। ଥୋମାସ-ଗ୍ରୀନଫିଲ୍ଡ କହିଛନ୍ତି ଯେ ବୁଧବାରର ଭୋଟ୍ “ବର୍ତ୍ତମାନର ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଦାୟିତ୍ୱ ଉପରେ ଅତ୍ୟନ୍ତ ଆବଶ୍ୟକ ବିଶ୍ୱାସ ପୁନରୁଦ୍ଧାର କରିବାର ଏକ ପ୍ରକୃତ ସୁଯୋଗକୁ ହାତଛଡ଼ା କରିଛି। ଏଥିଲାଗି ଆମେରିକା ଏବଂ ଜାପାନ ଦ୍ୱାରା ପ୍ରସ୍ତୁତ ପ୍ରସ୍ତାବକୁ ୬୦ରୁ ଅଧିକ ସଦସ୍ୟ ରାଷ୍ଟ୍ରଙ୍କ ଠାରୁ ଆନ୍ତଃ-ଆଞ୍ଚଳିକ ସମର୍ଥନ ମିଳିଥିଲା। ଏହାର ଉଦ୍ଦେଶ୍ୟ ଥିଲା ବାହ୍ୟ ମହାକାଶ ସମେତ ବୈଶ୍ୱିକ ଅଣପ୍ରସାର ବ୍ୟବସ୍ଥାକୁ ସୁଦୃଢ଼ ଏବଂ ବଜାୟ ରଖିବା ଓ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ବାହ୍ୟ ମହାକାଶ ବଜାୟ ରଖିବାର ମିଳିତ ଲକ୍ଷ୍ୟକୁ ଦୋହରାଇବା।
Comments are closed.