www.samajalive.in
Thursday, December 11, 2025
13.1 C
Bhubaneswar

ବିଜେପିକୁ ୫ ବର୍ଷ ଦିଅନ୍ତୁ, ଓଡ଼ିଶାକୁ ଦେଶରେ ଏକ ନମ୍ବର କରିବୁ-ଅମିତ ଶାହ

ଭୁବନେଶ୍ବର: ସୋନପୁର ସଂକଳ୍ପ ସମାବେଶରୁ ରାଜ୍ୟ ସରକାରଙ୍କ ବିରୋଧରେ ରଣ ହୁଙ୍କାର ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ବିଜେଡି ସରକାରର ବିଫଳତା ସମ୍ପର୍କରେ କଥା ଉଠାଇ ଅମିତ ଶାହ କହିଥିଲେ ଯେ ବର୍ତ୍ତମାନ  ଓଡ଼ିଶାକୁ ବିକାଶ, ସମୃଦ୍ଧଶାଳୀ କରିବାର ସମୟ ଆସିଛି। ଆପଣମାନେ ନବୀନ ବାବୁଙ୍କୁ ୨୫ ବର୍ଷ ସମୟ ଦେଇଛନ୍ତି, ବିଜେପିକୁ ୫ ବର୍ଷ ଦିଅନ୍ତୁ। ୫ ବର୍ଷରେ ଓଡ଼ିଶାକୁ ଦେଶରେ ଏକ ନମ୍ବର କରିବୁ। ଲୋକସଭା ସହ ଓଡ଼ିଶା ବିଧାନସଭାରେ ବହୁମତ ଦରକାର। ଓଡ଼ିଶାରେ ବିଜେପି ସରକାର ଗଠନ ପାଇଁ ଶପଥ ନିଅନ୍ତୁ। ମୋଦି ସରକାର ଗରିବଙ୍କୁ ଚାଉଳ ଦେଲେ, ନବୀନ ନାଁ ନେଉଛନ୍ତି। ମୋଦି ଚାଉଳ ଦେଉଛନ୍ତି, ନବୀନ ସେଥିରେ ଷ୍ଟାମ୍ପ ମାରି ମିଛ କହୁଛନ୍ତି। ଓଡ଼ିଣାବାସୀଙ୍କୁ ଆୟୁଷ୍ମାନ ଭାରତ ସୁଫଳ ମିଳୁନାହିଁ। ବିଜେପି ସରକାର ବନାନ୍ତୁ, ଆୟୁଷ୍ମାନ ଯୋଜନା ଲାଗୁ ହେବ। କପଡ଼ା, କୃଷି ଶିଳ୍ପ ଏଠାରେ ପ୍ରତିଷ୍ଠା କରିବୁ, ଲୋକ ବାହାରକୁ ଯିବେନାହିଁ ବୋଲି ଅମିତ ଶାହ ପ୍ରକାଶ କରିଥିଲେ।

ଅମିତ ଶାହ କହିଥିଲେ ଯେ ଏଠାକାର ସରକାର ରାମ ମନ୍ଦିର ଉତ୍ସବକୁ ଲୋକଙ୍କ ନଜରରୁ ହଟାଇବାକୁ ପ୍ରୟାସ କରିଥିଲେ। କିନ୍ତୁ ମୋ ଓଡ଼ିଶାବାସୀ ରାମ ମନ୍ଦିର ଉତ୍ସବକୁ ପାଳନ କରିଥିଲେ। କାଶୀ ବିଶ୍ୱନାଥ ଭଳି ପୁରୀକୁ ସାରା ବିଶ୍ୱରେ ମହିମାମଣ୍ଡିତ କରାଯିବ। ସବୁଠାରୁ ଅଧିକ ଖଣିଜ ସଂପଦ ଏଇଠି, ସବୁଠାରୁ ଅଧିକ ଗରିବ ବି ଏଇଠି। ରାଜ୍ୟ ସରକାର ଓଡ଼ିଶାର ଖଣିଜ ସଂପଦକୁ ଲୁଟି ଚାଲିଛନ୍ତି। ବିଜେପି ସରକାର ବନାନ୍ତୁ, ଖଣିଜ ସଂପଦର ସୁବିନିଯୋଗ ହେବ। ଓଡ଼ିଶାକୁ ୧୦ ବର୍ଷରେ ୪ ଲକ୍ଷ ୮୧ ହଜାର କୋଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନବୀନଙ୍କ ୨୦ ବର୍ଷରେ ଓଡ଼ିଶା ଅନେକ ପଛକୁ ଚାଲିଯାଇଛି। ଯେଉଁଠି ଡବଲ ଇଂଜିନ ସରକାର ହୋଇଛି, ସେଠି ବିକାଶ ହୋଇଛି ବୋଲି ଅମିତ ଶାହ ପ୍ରକାଶ କରିଥିଲେ।

- Advertisement -

ଅମିତ ଶାହ କହିଥିଲେ ଯେ ବର୍ତ୍ତମାନ ଓଡିଶାରେ ପରିବର୍ତ୍ତନ ଆଣିବା ପାଇଁ ସମୟ ଆସିଛି । ସବୁ କ୍ଷେତରେ ଜଳ ପହଞ୍ଚାଇବା ସହ ଚାଷୀ ଓ ଶ୍ରମିକଙ୍କୁ ସଶକ୍ତ କରିବା ପାଇଁ ସମୟ ଆସିଛି। ଯଦି ଏସବୁ କରିବାକୁ ଚାହୁଁଛନ୍ତି ତେବେ ଓଡ଼ିଶାରେ ବିଜେପିର ସରକାର ଆଣିବାକୁ ପଡିବ ବୋଲି ଶାହା ଜନତାଙ୍କୁ ଆହ୍ବାନ ଦେଇଥିଲେ।  ଓଡିଶାରେ ବିଜେପି ସରକାର କଲେ ଲୋକଙ୍କୁ ବାହାରୁକୁ ଶ୍ରମିକ ଦାଦନ ଖଟିବାକୁ ଯିବାକୁ ପଡ଼ିବ ନାହିଁ। ଏଠାରେ ଆମେ କପା ଚାଷୀଙ୍କ ପାଇଁ ବୟନଶିଳ୍ପ କମ୍ପାନୀ ଖୋଲିବୁ। ଏଠାରେ ଚାଷୀଙ୍କୁ ସମୃଦ୍ଧ କରିବାକୁ ଆମେ କାମ କରିବୁ। ଖଣିଜ ସମ୍ପତ୍ତି ଉତ୍ପାଦନ କରି ଆଦିବାସୀଙ୍କ ଉନ୍ନତି କରିବୁ ବୋଲି ଶାହା ନିଜ ଭାଷଣରେ କହିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତଙ୍କବାଦ ଓ ନକ୍ସଲବାଦକୁ ସମାପ୍ତ ପାଇଁ ଚେଷ୍ଟିତ ରହିଛନ୍ତି। ମୋଦୀ ସରକାର ପାକିସ୍ତାନରେ ପଶି ସର୍ଜିକାଲ ଷ୍ଟ୍ରାଇକ କରିଥିଲେ। ଦେଶକୁ ସୁରକ୍ଷିତ ପାଇଁ ପାକିସ୍ତାନରେ ପଶି ଷ୍ଟ୍ରାଇକ କରାଯାଇଥିଲା ବୋଲି ଏହି ଅବସରରେ ଗୃହ ମନ୍ତ୍ରୀ ଅମିତ ଶାହ ପ୍ରକାଶ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories