www.samajalive.in
Monday, December 8, 2025
27.1 C
Bhubaneswar

ସୁରକ୍ଷା କର୍ମୀଙ୍କ ଗୁଳି ବିନିମୟରେ ୨ ନକ୍ସଲ ନିହତ

ଡେସ୍କ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ପରହେଲ ସଂରକ୍ଷିତ ଜଙ୍ଗଲରେ ନିଷିଦ୍ଧ ଘୋଷିତ ସିପିଆଇ (ମାଓବାଦୀ) ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟରେ ୨ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା। ସୂଚନା ଅନୁଯାୟୀ, ଓଡ଼ିଶାର ସ୍ୱତନ୍ତ୍ର ନକ୍ସଲ ନିରୋଧୀ ବାହିନୀ ସ୍ପେଶାଲ ଅପରେସନ୍ ଗ୍ରୁପର ଯବାନମାନେ ପାଟ୍ରୋଲିଂ କରୁଥିବା ବେଳେ ନକ୍ସଲଙ୍କ ଉପସ୍ଥିତି ସମ୍ପର୍କରେ ଖବର ପାଇଥିଲେ ଓ ବାମପନ୍ଥୀ ଉଗ୍ରବାଦୀମାନେ ସେମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଅପରେସନ୍) ସୁରେଶ ଦେବ ଦତ୍ତ ସିଂହ କହିଛନ୍ତି, ନକ୍ସଲଙ୍କୁ ଘଉଡାଇବା ପାଇଁ ବ୍ୟାପକ କମ୍ବିଂ ଅପରେସନ୍ ଆରମ୍ଭ କରାଯାଇଛି। ଏ ପର୍ଯ୍ୟନ୍ତ ୨ ଜଣ ନକ୍ସଲଙ୍କ ମୃତଦେହ ମିଳିଥିବା ସେ କହିଛନ୍ତି। ଏହା ବ୍ୟତୀତ ପରହେଲ ଜଙ୍ଗଲରୁ ଅସ୍ତ୍ରଶସ୍ତ୍ର ଗ୍ରେନେଡ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିବା ବେଳେ ଅପରେସନ୍ ଜାରି ରହିଛି ବୋଲି ଶ୍ରୀ ସିଂହ କହିଛନ୍ତି।

ବିରଂଚି ହସ୍ପିଟାଲ ମାଲିକାଣୀ ବିଜେପି ପ୍ରାର୍ଥୀ ମାଧବୀ ଲତାଙ୍କ ସମ୍ପତ୍ତି ୨୨୧ କୋଟି

- Advertisement -

ସୂଚନା ଅନୁଯାୟୀ, ଓଡ଼ିଶାରେ ୨୦୧୯ରୁ ୨୦୨୩ ମଧ୍ୟରେ ୧୫୪ଟି ନକ୍ସଲ ହିଂସାକାଣ୍ଡ ଘଟିଛି। ଗତ ମେ ମାସ ସୁଦ୍ଧା ସୁରକ୍ଷାବାହିନୀ ଓ ବାମପନ୍ଥୀ ଉଗ୍ରବାଦୀ ମଧ୍ୟରେ ୭୧ଟି ଗୁଳି ବିନିମୟ ହୋଇଥିବା ବେଳେ ଏଥିରେ ୪୨ ଜଣ ନକ୍ସଲ ନିହତ ହୋଇଥିବା ବେଳେ ୧୪୫ ଜଣ ଲାଲ ବିଦ୍ରୋହୀଙ୍କୁ ଗିରଫ କରାଯାଇଛି। ୬୩ ଜଣ ନକ୍ସଲ ଅସ୍ତ୍ରଶସ୍ତ୍ର ରଖିଥିବା ରାଜ୍ୟ ପୁଲିସ ସୂଚନା ଦେଇଛି। ଏଥିରେ ୭ ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି।

ସମଗ୍ର ରାଜ୍ୟରେ ବିଶେଷ କରି ମାଲକାନଗିରି, ରାୟଗଡ଼ା, କୋରାପୁଟ ଓ ଗଜପତି ଭଳି ଦକ୍ଷିଣାଞ୍ଚଳ ଜିଲ୍ଲାରେ ମାଓବାଦୀଙ୍କ ସଂଖ୍ୟା ହ୍ରାସ ପାଉଥିଲେ ହେଁ ଗତ କିଛି ବର୍ଷ ହେଲା କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଓ ନୟାଗଡ଼ ଭଳି କେନ୍ଦ୍ରୀୟ ଓଡ଼ିଶାର ଜଙ୍ଗଲ ଅଞ୍ଚଳରେ ସିପିଆଇ (ମାଓବାଦୀ)ର ବାମପନ୍ଥୀ ଉଗ୍ରବାଦୀ ସକ୍ରିୟ ଥିବା ଦେଖିବାକୁ ମିଳିଥିଲା।

ସେମାନଙ୍କ ମଧ୍ୟରୁ ଅଧିକାଂଶ ପଡ଼ୋଶୀ ଛତିଶଗଡ଼ରୁ ଏହି ଜିଲ୍ଲାଗୁଡ଼ିକରେ ପ୍ରବେଶ କରିଥିଲେ। କେକେବିଏନ୍ (କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ଼) ଡିଭିଜନ ଅଧୀନରେ ବାମପନ୍ଥୀ ଉଗ୍ରବାଦୀମାନେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories