www.samajalive.in
Wednesday, December 10, 2025
18.1 C
Bhubaneswar

କୁମ୍ଭକର୍ଣ୍ଣ ନିଦ୍ରାରେ ଚାନ୍ଦବାଲି ତହସିଲ ; ବୈତରଣୀ ନଦୀରୁ ଚାଲିଛି ବେଆଇନ ବାଲି ଚାଲାଣ

ଆରଡି : ଭଦ୍ରକ ଜିଲା ଚାନ୍ଦବାଲି ତହସିଲର ଅଣଦେଖା ଯୋଗୁ ବର୍ଷବର୍ଷ ଧରି ଆରଡିପୀଠ ନିକଟସ୍ଥ ବୋଡକ ଓ ଅମୃତମଣୀ ବୈତରଣୀ ନଦୀପଠାରୁ ଶହଶହ ମଟର ଚାଳିତ ବୋଟରେ ବେଆଇନ ଭାବେ ବାଲି ଉଠାଯାଉଛି। ଭଦ୍ରକ ଜିଲା ସମେତ ପଡୋଶୀ ଯାଜପୁର ଓ କେନ୍ଦ୍ରାପଡା ଜିଲାକୁ ଚଢା ଦରରେ ବାଲି ବିକ୍ରି କରାଯାଉଥିବା ସ୍ଥାନୀୟ ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଏହି ବେଆଇନ ବାଲି ଉଠାଣ ଯୋଗୁ ଚାନ୍ଦବାଲି ତହସିଲ ବାର୍ଷିକ ଲକ୍ଷାଧିକ ଟଙ୍କାର ରାଜସ୍ୱ ହାନି ହେଉଥିବା ବେଳେ ନଦୀର ସୁରକ୍ଷା ବନ୍ଧ ଦୃବଳ ହୋଇ ବିଭିନ୍ନ ସମୟରେ ନଦୀମଧ୍ୟକୁ ଧସିବାରେ ଲାଗିଛି। ବିଶେଷକରି ଭଦ୍ରକ ଓ ଯାଜପୁର ଜିଲାକୁ ସଂଯୋଗ କରୁଥିବା ବୈତରଣୀ ସେତୁ ନିକଟରୁ ଦୈନିକ ବାଲି ଉଠାଣ କରାଯାଉଥିବାରୁ ଉକ୍ତ ସେତୁର ଆପ୍ରୋଚ ରୋଡ ଏବେ ନଦୀରେ ଲିନ ହେବାକୁ ବସିଛି। ଏପରି ସମସ୍ୟା ବିଷୟରେ ସ୍ଥାନୀୟ ଲୋକ ଅଭିଯୋଗ କଲେ କେତେକ ପ୍ରଭାବଶାଳୀ ବାଲି ମାଫିଆ ଧମକ ଦେଉଥିବା ଅଭିଯୋଗ ହୋଇଛି। କିଛିମାସ ତଳେ ଏପରି ବେଆଇନ ବାଲି ଉତ୍ତୋଳନ ଯୋଗୁ ଷାଠିବାଙ୍କୁଡା ନିକଟରେ ବୈତରଣୀ ନଦୀର ସୁରକ୍ଷାବନ୍ଧ ପ୍ରାୟ ୨ଶହ ଫୁଟ ନଦୀଗର୍ଭକୁ ଚାଲିଯିବା ଫଳରେ ଷାଠିବାଙ୍କୁଡା ଗାଁ ସମେତ ଆଖପାଖ ୨୪ଟି ଗାଁ ଲୋକଙ୍କ ଚିନ୍ତା ବଢାଇ ଦେଇଥିଲା। ସେହିପରି ଗତ କିଛିଦିନ ତଳେ ଆଖଣ୍ଡଳମଣି-ଯାଜପୁର ମୁଖ୍ୟ ଜାତୀୟ ରାଜପଥର ବୋଡକ ନିକଟରେ ପ୍ରାୟ ୭୦ଫୁଟ ରାସ୍ତାର ଫାଟ ସୃଷ୍ଟି ହେବା ସହିତ ନଦୀମଧ୍ୟକୁ ଉକ୍ତ ରାସ୍ତାର ଅଧିକାଂଶ ଭାଗ ଢଳି ପଡିଥିଲା। ବିଭାଗୀୟ ଅଧିକାରୀଙ୍କ ମରାମତି ଫଳରେ ଏବେ ଯାତୟତର ସ୍ୱାଭିକ ଅବସ୍ଥା ଫେରିଛି। ହେଲେ ପୂର୍ବ ପରି ବେଆଇନ ବାଲି ଉତ୍ତୋଳନ ଚାଲିଥିବାରୁ ଆଗାମୀ ଦିନରେ ଏକ ବଡ ଦୂର୍ଘଟଣାକୁ ଏଡାଇ ଦିଆଯାଇପାରିବ ନାହିଁ ବୋଲି କେତେକ ବୁଦ୍ଧିଜିବୀ ପ୍ରକାଶ କରିଛନ୍ତି। ଏଥିପ୍ରତି ଭଦ୍ରକ ଜିଲା ପ୍ରଶାସନ ଓ ତହସିଲଦାର ଦୃଷ୍ଟି ଦେବା ସହ ବାଲି ଉତ୍ତୋଳନକୁ ବନ୍ଦ କରିବା ପାଇଁ ସାଧାରଣରେ ଦାବି ହୋଇଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories