www.samajalive.in
Friday, December 5, 2025
27.1 C
Bhubaneswar

ମସଜିଦକୁ ଧନୁତୀର ମାରିବାର କାଳ୍ପନିକ ଅଙ୍ଗଭଙ୍ଗୀ ଦେଖାଇ ଅଡୁଆରେ ବିଜେପି ପ୍ରାର୍ଥୀ

ହାଇଦ୍ରାବାଦ: ଏକ ମସଜିଦ ଆଡକୁ ପ୍ରଭୁ ଶ୍ରୀରାମଙ୍କ ଧନୁତୀରର କାଳ୍ପନିକ ଅଙ୍ଗଭଙ୍ଗୀ ଦେଖାଇ ଅଡୁଆରେ ପଡ଼ିଛନ୍ତି ବିଜେପି ଲୋକସଭା ପ୍ରାର୍ଥୀ କୋମ୍ପେଲା ମାଧବୀ ଲତା। ରମନବମୀ ଶୋଭାଯାତ୍ରା ସମୟରେ ମାଧବୀ ଲତା ଏକ ମସଜିଦକୁ ପ୍ରଭୁ ଶ୍ରୀରାମଙ୍କ ଧନୁତୀରର କାଳ୍ପନିକ ଅଙ୍ଗଭଙ୍ଗୀ ଦେଖାଉଥିବାର ଭିଡିଓ ଭାଇରାଲ ହୋଇଥିଲା। ଏ ସମ୍ପର୍କରେ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ ହେବା ପରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।

ପ୍ରଭୁ ଶ୍ରୀରାମ ଯେପରି ଧନୁତୀର ନିଜ ହାତ​‌ରେ ଭିଡୁଥିବାର କାଳ୍ପନିକ ଚିତ୍ରରେ ଦେଖିବାକୁ ମିଳିଥାଏ ମାଧବୀ ଲତା ଠିକ୍‌ ସେହିପରି କରୁଥିବା ଭିଡିଓଟିରେ ଦେଖିବାକୁ ମିଳିଥିଲା। ଧନୁତୀରର ଦିଗ ମସଜିଦ ଆଡକୁ ରହିଥିଲା। ଏହାପରେ ବେଗୁମବଜାର ଥାନାରେ ଦଫା ୨୯୫ଏ(ଉଦ୍ଦେଶ୍ୟମୂଳକ ଭାବେ ଚିତ୍ର, ଶବ୍ଦ ଏବଂ ଲେଖା ଦ୍ବାରା ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା)ରେ ତାଙ୍କ ବିରୋଧରେ ଏତଲା ଦାୟର ହୋଇଥିଲା। ଭିଡିଓ ଭାଇରାଲ ହେବା ପରେ ହାଇଦ୍ରାବାଦ ଏମପି ବିଜେପିକୁ କଡ଼ା ସମାଲୋଚନା କରିବା ସହିତ ଏହି ଦଳ ସହରର ଶାକ୍ତି ଭଙ୍ଗ କରୁଛି ବୋଲି ଅଭିଯୋଗ କରିଛନ୍ତି।

- Advertisement -

ଅନ୍ୟପଟେ ଏହି ଘଟଣାକୁ ନେଇ ମାଧବୀ ଲତା ନିଜର ସ୍ପଷ୍ଟୀକରଣ ରଖିଛନ୍ତି। ସେ କହିଛନ୍ତି ଯେ, ଉକ୍ତ ଭିଡିଓଟିକୁ ଏଡିଟ୍‌ କରାଯାଇଛି। ମୋ ବିଷୟରେ ଅପପ୍ରଚାର କରିବା ଲାଗି ଏପରି ଭିଡିଓ ପ୍ରସ୍ତୁତ କରାଯାଇ ସାମାଜିକ ଗଣମାଧ୍ୟମରେ ପ୍ରସାର କରାଯାଉଛି। ଏହି ଭିଡିଓଟି ଅସମ୍ପୂର୍ଣ୍ଣ ରହିଛି। ଯଦି ଏହି ଭିଡିଓ କାହାର ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥାଏ, ତେବେ ସେଥିଲାଗି କ୍ଷମା ପ୍ରାର୍ଥନା କରୁଛି ବୋଲି ମାଧବୀ ଲତା ଏକ୍ସ (ପୂର୍ବରୁ ଟ୍ବିଟର)ରେ ଏକ ପୋଷ୍ଟ ଜରିଆରେ କହିଛନ୍ତି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories