www.samajalive.in
Friday, December 5, 2025
27.1 C
Bhubaneswar

ଷ୍ଟୁଡିଓରେ ବେହୋସ୍ ହେଲେ ଆଙ୍କର…

ନୂଆଦିଲ୍ଲୀ : ଦୂରଦର୍ଶନ ବଙ୍ଗଳା ନ୍ୟୁଜ୍‌ର ଜଣେ ପାଠିକା (ଆଙ୍କର) ଲୋପାମୁଦ୍ରା ସିହ୍ନା ଖବର ପାଠ କରିବାବେଳେ ଅଚେତ ହୋଇପଡିଛନ୍ତି। ଶୁକ୍ରବାର ଲୋପାମୁଦ୍ରା ଦେଶରେ ଗ୍ରୀଷ୍ମ ଲହରି ସମ୍ପର୍କିତ ଖବର ପାଠ କରୁଥିବାବେଳେ ହଠାତ୍ ଅଚେତ ହୋଇପଡିଥିଲେ। ଏ ସମ୍ପର୍କିତ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ରକ୍ତଚାପ ହ୍ରାସ ପାଇବା ଯୋଗୁଁ ସେ ଅଚେତ ହୋଇପଡିଥିଲେ। ଏହି ଘଟଣା ପରେ ଲୋପାମୁଦ୍ରା ଏକ ଫେସବୁକ ପୋଷ୍ଟରେ ତାଙ୍କ ଅନୁଗତଙ୍କୁ ନିଜ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ। ସେ ଲେଖିଛନ୍ତି ଯେ ‘ଶୀତତାପ ନିୟନ୍ତ୍ରିତ କୋଠରି ସତ୍ତ୍ବେ ମୁଁ ଗରମ ଅନୁଭବ କରିଥିଲି। ମୋର ରକ୍ତଚାପ ହ୍ରାସ ପାଇଥିଲା। ମୁଁ ପାଣି ପିଇବାକୁ ମାଗିଥିଲି। ଏହା ମଧ୍ୟରେ ମୁଁ ଅଚେତ ହୋଇପଡିଥିଲି।’ ୨୧ ବର୍ଷ ହେଲା ଦୂରଦର୍ଶନରେ କାର୍ଯ୍ୟ କରିଆସୁଥିବା ଲୋପାମୁଦ୍ରା ଖବର ପାଠ ସମୟରେ ଡେସ୍କରେ ପାଣି ରଖନ୍ତି ନାହିଁ। ୩୦ ମିନିଟ୍‌ର ଖବର ପାଠ ସମୟକୁ ସେ ବିନା ପାଣିରେ ଚଳାଇ ନିଅନ୍ତି।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories