www.samajalive.in
Monday, December 8, 2025
24.1 C
Bhubaneswar

ଚକୋଲେଟ୍‌ ଖାଇ ରକ୍ତବାନ୍ତି କଲା ଦେଢ଼ବର୍ଷର ଛୁଆ – ଯାଞ୍ଚରୁ ଏହି କଥା ଆସିଲା ସାମ୍ନାକୁ

ଲୁଧିଆନା- ଗତ କିଛିଦିନ ତଳେ ପଟିଆଲାରେ ଜନ୍ମଦିନରେ କେକ୍‌ ଖାଇ ଗୋଟିଏ ସାନ ଝିଅର ମୃତ୍ୟୁ ହୋଇଥିଲା । ଜନ୍ମଦିନ ପାଳନ ସମୟରେ କେକ୍‌ ଖାଇ ଏହି ଝିଅ ସହ ଅନେକ ଗୁରୁତର ହୋଇଥିଲେ । ମାତ୍ର ଜନ୍ମଦିନ ଥିବା ଝିଅର ମୃତ୍ୟୁ ହୋଇଯାଇଥିଲା ।
ସେହି ପଟିଆଲାରେ ଆଉ ଏକ ଦେଢ଼ବର୍ଷର ଝିଅ ଚକୋଲେଟ୍‌ ଖାଇବା ପରେ ରକ୍ତ ବାନ୍ତି କରିଥିବା ମାମଲା ସାମ୍ନାକୁ ଆସିଛି । ଏହି ଛୁଆଟିକୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଘଟଣାସମ୍ପର୍କରେ ସୂଚନା ପାଇ ପ୍ରଶାସନିକ ଅଧିକାରୀମାନେ ତୁରନ୍ତ ଚକୋଲେଟ୍‌ କିଣାଯାଇଥିବା ଦୋକାନରେ ପହଞ୍ଚିଥିଲେ ।

ସେଠାରେ ଏକ୍ସପାରୀ ଡେଟ୍‌ ଥିବା ଚକୋଲେଟ୍‌ ବିକ୍ରି କରାଯାଉଥିଲା । ଲୁଧିଆନାରୁ ଏହି ଛୋଟ ଛୁଆଟି ପଟିଆଲାରେ ତା ସମ୍ପର୍କୀୟଙ୍କ ସହ ବୁଲିବା ପାଇଁ ଆସିଥିଲା । ସେ ତାଙ୍କ ଘରକୁ ଫେରିବା ବେଳକୁ ତାକୁ ଏକ ଗିଫ୍ଟ ପ୍ୟାକେଟ୍‌ ଦିଆଯାଇଥିଲା । ଏଥିରେ ଚକୋଲେଟ ସହ କୁରକୁରେ ଏବଂ ଅନ୍ୟ ଖାଦ୍ୟ ରହିଥିଲା । ଲୁଧିଆନା ପହଞ୍ଚି ଛୋଟ ଛୁଆଟି ଚକୋଲେଟ ଖାଇଥିଲା କିଛି ସମୟ ପରେ ତାର ରକ୍ତ ବାନ୍ତି ହୋଇଥିଲା । ପିଲାଟିର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାକୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଝିଅ ସହ ଅନ୍ୟ ଜଣେ ୨୨ ବର୍ଷିୟା ଯୁବତୀ ବି ଏହି ଚକୋଲଟ ଖାଇଥିଲେ । ତାଙ୍କର ବି ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା ।

- Advertisement -

ପୁଲିସ ଏବଂ ପ୍ରଶାସନ ସମ୍ପୃକ୍ତ ଦୋକାନରୁ ସମସ୍ତ ଏକ୍ସପାରୀ ତାରିଖ ଥିବା ଖାଦ୍ୟ ପ୍ୟାକେଟ ଜବତ କରିଛନ୍ତି ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories