www.samajalive.in
Monday, December 8, 2025
27.1 C
Bhubaneswar

ଆପଣ ଭ୍ରମଣ ପାଇଁ ଇଚ୍ଛୁକ କି ? ଯାଆନ୍ତୁ ଏହି ସ୍ଥାନ

ଦକ୍ଷିଣଭାରତର ପ୍ରମୁଖ ହିଲ ଷ୍ଟେସନ ହେଉଛି ଉଟି। ଏହି ସହର ତାମିଲନାଡ଼ୁର ନୀଳଗିରିର ଏକ ଭାଗ ଅଟେ। ଉଟି ସହରର ଚାରିପାଖରେ ଥିବା ନୀଳଗିରି ପାହାଡ଼ମାନଙ୍କ କାରଣରୁ ଏହାର ସୁନ୍ଦରତା ଦୁଇ ଗୁଣିତ ହୋଇଯାଏ। ଏହି ପର୍ବତ ଗୁଡ଼ିକୁ ନୀଳ ପାହାଡ଼ ମଧ୍ୟ ବୋଲି ମଧ୍ୟ କୁହାଯାଏ।

courtesy : make my trip


ଉଟିର ଟ୍ରାଭେଲ ଟ୍ରେନ : 
ଉଟିକୁ ଆସୁଥିବା ଲୋକେ ଟଏ ଟ୍ରେନରେ ନିଶ୍ଚିତ ବୁଲନ୍ତୁ। ସାଧାରଣ ଟ୍ରେନରେ ବୁଲିବା ଠାରୁ ଏହି ଟ୍ରେନରେ ବୁଲିବା ଭିନ୍ନ ଅଟେ। ଏହି ଟ୍ରେନରେ ଯିବା ସମୟରେ ଉଟିର ବହୁ ସୁନ୍ଦର ସୁନ୍ଦର ସ୍ଥାନକୁ ମଧ୍ୟ ନିକଟରୁ ଦେଖିପାରିବେ।

- Advertisement -
courtesy: mouthshut.com


ଏଭାଲେଞ୍ଚ ହ୍ରଦ
ଉଟି ଠାରୁ ୨୮ କିଲୋମିଟର ଦୂରରେ ଥିବା ଏଭାଲେଞ୍ଚ ହ୍ରଦ ଏଠାକାର ଏକ ବିଶେଷ ଭ୍ରମଣ ଯୋଗ୍ୟ ସ୍ଥାନ ଅଟେ। ହ୍ରଦର ଚାରିପାଖରେ ଥିବା ସବୁଜଶ୍ୟାମଳା ଭରା ପରିବେଶ ଖୁବ ସୁନ୍ଦର ଦେଖାଯାଏ। ହ୍ରଦର ନିକଟରେ ଜଙ୍ଗଲ ମଧ୍ୟ ରହିଛି। ଏଠାକୁ ବହୁ ଲୋକେ ପିକନିକ କରିବାକୁ ମଧ୍ୟ ଆସନ୍ତି।


Courtesy : TripAdvisor


ଉଟି ବଟନିକାଲ ଗାର୍ଡ଼େନ
ଉଟିର ବଟନିକାଲ ଗାର୍ଡ଼େନ ମଧ୍ୟ ଭ୍ରମଣ ପାଇଁ ଏକ ସୌନ୍ଦର୍ଯ୍ୟମୟ ସ୍ଥାନ ଅଟେ। ଏହି ବଗିଚାରେ ବିଭିନ୍ନ ପ୍ରକାରର ସୁନ୍ଦର ପୁଷ୍ପ ଦେଖିବାକୁ ମିଳିଥାଏ। ଭିନ୍ନ ଭିନ୍ନ ପ୍ରକାରର ବୃକ୍ଷଲତା ମଧ୍ୟ ଏଠାରେ ରହିଛି।

Courtesy : Ooty Cottages

ୱାକ୍ସ ୱାର୍ଲ୍ଡ ମ୍ୟୁଜିୟମ
ସହର ଠାରୁ ୨ କିଲୋମିଟର ଦୂରରେ ଥିବା ଏହି ସ୍ଥାନକୁ ଯିବା ମଧ୍ୟ ଉଚିତ। କାରଣ ଏଠାରେ ମହାତ୍ମା ଗାନ୍ଧୀ,ବାଲ ଗଙ୍ଗାଧର ତିଳକ, ମଦର ଟେରେସା, ଗୋପାଳ କୃଷ୍ଣ ଗୋଖଲେ, ଏପିଜେ ଅବଦୁଲ କାଲାମ ବହୁ ମହାନ ଲୋକଙ୍କର ଷ୍ଟାଚୁ ଏଠାରେ ରହିଛି।
ଭ୍ରମଣ ପାଇଁ ଏହିପରିି ଆଉ ମଧ୍ୟ ବହୁ ସ୍ଥାନ ଉଟିରେ ରହିଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories