www.samajalive.in
Monday, December 8, 2025
24.1 C
Bhubaneswar

୨୦୦ କୋଟି ଦାନ କରି ସନ୍ନ୍ୟାସୀ…

ଅହମ୍ମଦାବାଦ : ଗୁଜରାଟର ଜଣେ ଦମ୍ପତି ସନ୍ନ୍ୟାସ ଗ୍ରହଣ କରିବା ଲକ୍ଷ୍ୟରେ ସେମାନଙ୍କର ପ୍ରାୟ ୨୦୦ କୋଟି ଟଙ୍କାର ସମ୍ପତ୍ତିକୁ ସାଧାରଣ ଲୋକଙ୍କ ମଧ୍ୟରେ ବାଣ୍ଟି ଦେଇଛନ୍ତି। ଚଳିତବର୍ଷ ପ୍ରାରମ୍ଭରେ ଏକ ପ୍ରତିଷ୍ଠିତ ନିର୍ମାଣକାରୀ ସଂସ୍ଥାର ମାଲିକ ଭବେଶ ଭଣ୍ଡାରୀ ଓ ପତ୍ନୀ ସନ୍ନ୍ୟାସୀ ଜୀବନ ଅତିବାହିତ କରିବାକୁ ନିଷ୍ପତ୍ତି ନେଇଥିଲେ। ରଥ ଢାଞ୍ଚାରେ ସଜ୍ଜିତ ହୋଇଥିବା ଏକ ଟ୍ରକ୍‌ରେ ଛିଡା ହୋଇ ଭବେଶ ଓ ପତ୍ନୀ ରାସ୍ତାରେ ଯାଉଥିବା ଲୋକଙ୍କୁ ନଗଦ ଟଙ୍କା, ମୂଳ୍ୟବାନ ପୋଷାକ, ମୋବାଇଲ ଫୋନ୍‌, ଏସି ଇତ୍ୟାଦି ବାଣ୍ଟୁଥିବାର ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଗତ ଫେବୃଆରୀରେ ଭବେଶ ଓ ପତ୍ନୀ ଜୈନ ଧର୍ମ ଅନୁଯାୟୀ ସନ୍ନ୍ୟାସୀ ହେବାକୁ ମନସ୍ଥ କରି ସବୁ ସମ୍ପତ୍ତି ଦାନ କରିଛନ୍ତି। ତେବେ ଜୈନ ପରମ୍ପରା ଅନୁଯାୟୀ ଭବେଶ ଦମ୍ପତି ଏହି ଶୋଭାଯାତ୍ରା ସମୟରେ ବର କନ୍ୟା ଭଳି ପୋଷାକ ପରିଧାନ କରିଥିବାବେଳେ ଆପାଦ ମସ୍ତକ ସ୍ବର୍ଣ୍ଣାଳଙ୍କାରରେ ନିଜକୁ ସଜ୍ଜିତ କରିଥିଲେ। ମ୍ୟୁଜିକ୍‌ ବ୍ୟାଣ୍ଡ୍‌ ଓ ନର୍ତ୍ତକୀଙ୍କ ଗହଣରେ ଏହି ଶୋଭାଯାତ୍ରା ବେଶ ଆକର୍ଷଣୀୟ ଲାଗୁଥିଲା। ସବୁ ସମ୍ପତ୍ତି ଦାନ କରିବା​‌ ପରେ ସେମାନେ ପରିବାରବର୍ଗଙ୍କ ସହ ସମ୍ପର୍କ ଛିନ୍ନ କରିବେ। ଏପ୍ରିଲ ୨୨ରୁ ଖାଲି ପାଦରେ ଭାରତ ଭ୍ରମଣ କରି ଭିକ୍ଷାବୃତ୍ତି କରିବେ ବୋଲି ମଧ୍ୟ ସେମାନେ କହିଛନ୍ତି। ସନ୍ନ୍ୟାସୀଭାବେ ସେମାନେ ନିଜ ପାଖରେ କେବଳ ଧଳାରଙ୍ଗର ବସ୍ତ୍ର, ଭିକ୍ଷାଥାଳ ଓ ଝାଡୁ ରଖିପାରିବେ। ଦୀକ୍ଷାର୍ଥୀ ସମାରୋହ ଶେଷ ହେବାପରେ ସମ୍ପୂର୍ଣ୍ଣ ଲଣ୍ଡା ହେବା ପର୍ଯ୍ୟନ୍ତ ଭବେଶ ଦମ୍ପତି ନିଜର କେଶକୁ ଓପାଡିବେ। ଜୈନ ପରମ୍ପରା ଅନୁଯାୟୀ ଏହି ପ୍ରଥା ଅତ୍ୟନ୍ତ କଷ୍ଟଦାୟକ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଭବେଶଙ୍କ ପୁଅ  ଓ ଝିଅ  ୨୦୨୨ରୁ ସନ୍ନ୍ୟାସ ନେଇସାରିଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories