www.samajalive.in
Thursday, December 11, 2025
13.1 C
Bhubaneswar

ନୃତ୍ୟ ବିଦ୍ୟାଳୟ ଉଦଘାଟିତ

ବିଞ୍ଝାରପୁର: ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇଁଦା ଅରେଇ ମୁଖ୍ୟ ରାସ୍ତା ପାଶ୍ୱରେ ଏକ ନୂତନ ନୃତ୍ୟ ବିଦ୍ୟାଳୟ ତପସ୍ୱନୀ ଡ୍ୟାନ୍ସ ସ୍କୁଲ କୁ ବିଧାୟିକା ପ୍ରମିଳା ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟିତ କରିଛନ୍ତି। ନୃତ୍ୟଗୁରୁ ତପସ୍ୱନୀ ମଲ୍ଲିକଙ୍କ ପ୍ରଚେଷ୍ଠାରେ ଏହି ବିଦ୍ୟାଳୟ ଗ୍ରାମାଞ୍ଚଳରେ ନୃତ୍ୟ ପ୍ରତି ଋଚି ରଖୁଥିବା ପିଲାମାନଙ୍କ ପାଇଁ ବେଶ ସହାୟକ ହେବ ବୋଲି ବିଧାୟିକା ପ୍ରମିଳା ମଲ୍ଲିକ ମତବ୍ୟକ୍ତ କରିଛନ୍ତି।

ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟଲ୍ୱେ୍କ ଅଧ୍ୟକ୍ଷା ରଂଜିତା ଦାସ, ଜିଲା ପରିଷଦ ସଭ୍ୟା ଅହଲ୍ୟା ସ୍ୱାଇଁ, ଅରେଇ ସରପଞ୍ଚ ସ୍ମୃତି ସମିକ୍ଷା ମଲ୍ଲିକ, ବିତନା ସରପଞ୍ଚ ରମେଶ ମଲ୍ଲିକ, ଆଇନଜୀବୀ ମାନ ଗୋବିନ୍ଦ ଧଳ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ତପସ୍ୱନୀ ଖୁବ କମ ବୟସରୁ ନିଜେ ଜଣେ ସଫଳ ନୃତ୍ୟ ଶିଳ୍ପ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଠି କରିପାରିଥିବା ବେଳେ ତାଙ୍କର ଏଭଳି ପ୍ରୟାସ ସମସ୍ତଙ୍କୁ ପ୍ରେରଣା ଯୋଗାଇବ ବୋଲି ଅନ୍ୟ ବକ୍ତା ମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ପ୍ରତିଭା ମାନଙ୍କୁ ସମ୍ମାନିତ କରାଯାଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories