www.samajalive.in
Monday, December 8, 2025
14.1 C
Bhubaneswar

ହନୁମାନ ଚାଳିଶା ପଠନ ସହ ୧୦୦୮ ଦ୍ବୀପ ଜାଳିଲେ ଶ୍ରଦ୍ଧାଳୁ

ବାଉଁଶୁଣି :ବାଉଁଶୁଣି ଅଞ୍ଚଳରେ ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି  ପାଳିତ ହୋଇଯାଇଛି। ବିଶେଷ କରି ବୌଦ୍ଧ ବ୍ଲକ୍ ବାଉଁଶୁଣି ଛକ ସ୍ଥିତ ହନୁମାନ ମନ୍ଦିର ଠାରେ ମହା ଆଡ଼ମ୍ବରରେ ବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳନ ହୋଇଯାଇଛି। ଏହି ଅବସରରେ ମନ୍ଦିର ପରିସରରେ ୧୦୦୮ ଦ୍ବୀପ ଜାଳିବା ସହ ହନୁମାନ ଚାଳିଶା ପଠନ ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା।
ଏଥିରେ ଅଞ୍ଚଳର ଶହ ଶହ ଭକ୍ତଙ୍କ ଭିଡ଼ ଜମିଥିଲା। ପରେ ସମସ୍ତ ଭକ୍ତମାନଙ୍କୁ କମିଟି ପକ୍ଷରୁ ପଣା ବଣ୍ଟନ କରଯାଇଥିଲା। ଏହି କାର୍ଯ୍ୟକ୍ରମରେ କର୍ତ୍ତା ଭାବରେ ଗଣେଶ୍ୱର ମେହେର ଓ ତାଙ୍କ ପତ୍ନୀ ଖିତିସୂତା ମେହେର ଦାୟିତ୍ବ ତୁଲାଇଥିବା ବେଳେ ପୂଜକ ଭାବରେ ତ୍ରିବିକ୍ରମ ପାଢ଼ୀ ପୂଜାକାର୍ଯ୍ୟ ତୁଲାଇଥିଲେ।  କମିଟି ସଭାପତି ରଙ୍କନିଧି ଗାଈଗୋରିଆ, ସମ୍ପାଦକ ରାଜେଶ କୁମାର ଅଗ୍ରୱାଲ, କୋଷାଧ୍ୟକ୍ଷ ସୁନିଲ ବାରିକ, ପ୍ରଫୁଲ୍ଲ ପତି, ଦଶରଥ ମେହେର, ସନ୍ତୋଷ ଥନାପତିଙ୍କ ସମେତ ସମସ୍ତ କମିଟି ସଦସ୍ୟ ସହଯୋଗ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories