www.samajalive.in
Monday, December 8, 2025
13.1 C
Bhubaneswar

ବଜାରକୁ ଆସିଲା ଇ-ଅଟୋ, ମାତ୍ର ୧୫ ମିନିଟରେ ହେବ ଚାର୍ଜ

ନୂଆଦିଲ୍ଲୀ : ଆଜି କାଲି ସମସ୍ତେ ଇଲେକ୍ଟ୍ରିକ୍ ଗାଡି ଆଡେ ଅଧିକ ଅଗ୍ରସର ହେଉଛନ୍ତି । ଉପଭୋକ୍ତାଙ୍କୁ ଆକର୍ଷିତ କରିବା ପାଇଁ କମ୍ପାନୀମାନେ ମଧ୍ୟ ଭିନ୍ନ ଭିନ୍ନ ଇଲେକ୍ଟ୍ରିକ୍ ଗାଡି ବଜାରକୁ ନେଇଆସୁଛନ୍ତି । ଏହି କ୍ରମରେ ଏବେ ଏକ ଯାତ୍ରୀବାହୀ ଇଲେକ୍ଟ୍ରିକ୍ ତିନିଚକିଆ ଗାଡି ବଜାରକୁ ଆସିଛି ଯାହା ମାତ୍ର ୧୫ ମିନିଟରେ ସମ୍ପୂର୍ଣ୍ଣ ଚାର୍ଜ ହୋଇଯିବ । ଓମେଗା ସେକି ମୋବିଲିଟି ତୀବ୍ର ଗତିରେ ଚାର୍ଜ ହେଉଥିବା ଇଲେକ୍ଟ୍ରିକ୍ ୩ ଚକିଆ ପାଇଁ ଏକ୍ସପୋନେଣ୍ଟ ଏନର୍ଜି ସହିତ ହାତ ମିଳାଇଛି ।

କମ୍ପାନୀ ଏକ ବୟାନରେ କହିଛି କି ୩,୨୪,୯୯୯ ଟଙ୍କା ଦାମରେ ଓଏସଏମ ଷ୍ଟ୍ରିମ୍ ସିଟି କ୍ବିକ୍ ଇଭି ୬ ସହରରେ ଉପସ୍ଥିତି ଏକ୍ସପୋନେଣ୍ଟର ରାପିଡ୍ ଚାର୍ଜିଂ ନେଟଓ୍ବର୍କରେ ୧୫ ମିନିଟରେ ଶୂନ୍ୟରୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ କରିବାର କ୍ଷମତା ରଖିଥାଏ । ଗାଡିରେ ୨ ଲକ୍ଷ କିଲୋମିଟର ବା ୫ ବର୍ଷର ଓ୍ବାରେଣ୍ଟି ରହିଛି ।

ସାରା ଦେଶରେ ଚାର୍ଜିଂ ଷ୍ଟେସନ ନିର୍ମାଣ କରିବ ଟାଟା ଗ୍ରୁପ୍

- Advertisement -

ଓମେଗା ସେକି ମୋବିଲିଟିର ସଂସ୍ଥାପକ ଅକ୍ଷୟ ଉଦୟ ନାରଙ୍ଗ କହିଛନ୍ତି କି ଚାଳକଙ୍କୁ ଅଧିକ ଲାଭ ଦେବା ପାଇଁ ଆମେ ବଦ୍ଧ ପରିକର । ଏହି ତିନିଚକିଆ ଦ୍ବାରା ଡ୍ରାଇଭର ଅଧିକ ଆୟ କରିପାରିବେ । କହିରଖୁଛୁ ଏକ୍ସପୋନେଣ୍ଟ ଏନର୍ଜି ଏକ ବୟାନରେ କହିଛି କି କମ୍ପାନୀ ଚଳିତ ବର୍ଷ ଦିଲ୍ଲୀ-ଏନସିଆର ଏବଂ ବେଙ୍ଗାଲୁରୁରେ ୧୦୦ ଚାର୍ଜିଂ ଷ୍ଟେସନ ଆରମ୍ଭ କରିବ କମ୍ପାନୀ । ଏବଂ ପୂର୍ବରୁ ଚେନ୍ନାଇ, ଅହମଦାବାଦ, କୋଲକାତା, ହାଇଦ୍ରାବାଦରେ ଥିବା ନିଜ ନେଟଓ୍ବର୍କର ବିସ୍ତାର କରିବ କମ୍ପାନୀ ।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories