www.samajalive.in
Monday, December 8, 2025
17.1 C
Bhubaneswar

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର

ଖୁଣ୍ଟା : ଗୋପବନ୍ଧୁ ନଗର ବ୍ଲକ କାର୍ଯ୍ୟାଳୟ ପରିସରରେ ବୁଧବାର ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରଶାସନ ଓ ଜିଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଶିବିରରେ ବ୍ଲକର ୧୩ ଟି ଗ୍ରାମ ପଞ୍ଚାୟତର ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଡାକ୍ତରୀ ପରାମର୍ଶ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଇଥିଲା। ଶିବିରରେ ମୋଟ ୪୧୪ ଜଣ ଭିନ୍ନକ୍ଷମଙ୍କୁ ପଞ୍ଜିକୃତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୯୫ଯୋଗ୍ୟ ହିତାଧିକାରୀଙ୍କୁ ତହସିଲ ପକ୍ଷରୁ ଆୟ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ୧୮୫ ଜଣ ଶାରିରୀକ ଭିନ୍ନକ୍ଷମଙ୍କୁ ବସ ପାସ ପ୍ରଦାନ କରାଯାଇଥିଲା। ୧୫୯ ଜଣଙ୍କୁ ଭିନ୍ନକ୍ଷମ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା ବେଳେ ବିଭିନ୍ନ ବିଭାଗର ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ଦ୍ୱରା ଦୃଷ୍ଟି ବାଧିତ, ଶ୍ରବଣ ବାଧିତ, ମାନସିକ ଅନଗ୍ରସର, ଓ ଅନ୍ୟାନ୍ୟ ବର୍ଗର ୨୭୦ ଜଣ ଭିନ୍ନକ୍ଷମଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ବିଭାଗୀୟ ସହାୟତା ଯୋଜନାରେ ବିଭିନ୍ନ ବର୍ଗର ୮୪ ଜଣ ହିତାଧିକାରୀଙ୍କୁ ଚିହ୍ନଟ କରା ଯାଇଥିଲା। ବିଡିଓ ମନୋଜ କୁମାର ବେହେରା, ଗୋପବନ୍ଧୁ ନଗର ତହସିଲଦାର ଅନିତା ନଏକ ଶିବିରେ ଉପସ୍ଥିତ ଥିବା ବେଳେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପୁଷ୍ପଲତା ଦିକ୍ଷୀତ ନିର୍ବାଚିତ ଲୋକ ପ୍ରତିନିଧି,ବିଭିନ୍ନ ବିଭାଗର କର୍ମଚାରୀ, ସ୍ୱେଚ୍ଛାସେବୀ କଲେଜ ଛାତ୍ରଛାତ୍ରୀ ମାନେ ସହାୟତା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories