ନୂଆଦିଲ୍ଲୀ : ପାକିସ୍ତାନ କାରାଗାରରୁ ମୁକ୍ତିପାଇ ମଙ୍ଗଳବାର ଭାରତରେ ପହଞ୍ଚିବା ପରେ ହମିଦ ନିହାଲ ଅନସାରୀ ବୁଧବାର ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ସାକ୍ଷାତ କରିଛନ୍ତି। ସାଙ୍ଗରେ ତାଙ୍କ ମା’ ଫୌଜିଆ ଓ ପରିବାର ସଦସ୍ୟମାନେ ମଧ୍ୟ ସୁଷମାଙ୍କୁ ଭେଟିଛନ୍ତି। ସୁଷମାଙ୍କ ନିକଟରେ ପାକିସ୍ତାନରେ ବିତିଥିବା ୬ବର୍ଷର ଯନ୍ତ୍ରଣାସୀକ୍ତି ଜୀବନର ଅନୁଭୂତି ବର୍ଣ୍ଣନା କଲାବେଳେ ହମିଦ ଓ ଫୌଜିଆ ଭାବବିହ୍ବଳ ହୋଇପଡ଼ିଥିଲେ। ଭାରତ ପ୍ରତ୍ୟାବର୍ତ୍ତନ ପାଇଁ ସୁଷମାଙ୍କ ସାହାଯ୍ୟ ପରିପ୍ରେକ୍ଷୀରେ ଫୌଜିଆ ‘ମେରା ଭାରତ ମହାନ, ମେରି ମାଡାମ୍ ମହାନ୍; ସବ୍ ମାଡାମ୍ ନେ ହି କିୟା ହୈ’ ବୋଲି କହି ତାଙ୍କୁ କୃତଜ୍ଞତା ଜଣାଇଥିଲେ। ମଙ୍ଗଳବାର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର ହମିଦଙ୍କୁ ସ୍ବାଗତ କରି ବାର୍ତ୍ତା ପଠାଇଥିଲେ। ଉଲ୍ଲେଖଯୋଗ୍ୟ ଯେ ୨୦୧୨ରେ ନିଜ ଅନ୍ଲାିନ୍ ପ୍ରେମିକାଙ୍କୁ ଭେଟିବା ପାଇଁ ଆଫଗାନିସ୍ତାନରୁ ପାକିସ୍ତାନକୁ ଯାଇଥିଲେ ମୁମ୍ବଇର ସଫ୍ଟଓୟର ଇଞ୍ଜିନିୟର ୩୩ବର୍ଷୀୟ ହମିଦ। ପାକିସ୍ତାନ ପୁଲିସ ତାଙ୍କୁ ଜାଲ ପରିଚୟପତ୍ର ରଖିଥବା ଅଭିଯୋଗରେ ଗିରଫ କରିଥିଲା। ତିନି ବର୍ଷର ଜେଲ୍ଦଣ୍ଡ ବିତାଇ ସେ ଭାରତ ଫେରିଛନ୍ତି।
Popular Categories



