www.samajalive.in
Sunday, December 7, 2025
15.1 C
Bhubaneswar

ସୁପ୍ରିମକୋର୍ଟ ଗଲେ ମୋକିମ; ୧୯ରେ ଶୁଣାଣି

ନୂଆଦିଲ୍ଲୀ: ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ ଦୁର୍ନୀତି ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ଏପ୍ରିଲ ୧୦ ରାୟକୁ କଟକ ବିଧାୟକ ମହମ୍ମଦ ମୋକିମ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ୧୯ ବର୍ଷ ପୂର୍ବର ଓଏଚଆରଡିସି ଦୁର୍ନୀତି ମାମଲାରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନସ ଅଦାଲତ ମେଟ୍ରୋ ବିଲଡର୍ସ ପ୍ରାଇଭେଟ ଲିମିଟେଡ଼ର ତତ୍କାଳୀନ ପରିଚାଳନା ନିର୍ଦେଶକ ମହମ୍ମଦ ମୋକିମଙ୍କୁ ଦେଇଥିବା ୩ ବର୍ଷ ଦଣ୍ଡାଦେଶକୁ ହାଇକୋର୍ଟ କାଏମ ରଖିଥିଲେ। ଯଦ୍ୱାରା ୨୦୨୪ ନିର୍ବାଚନରେ କଟକ-ବାରବାଟୀ ବିଧାନସଭା କ୍ଷେତ୍ରରୁ ମୋକିମଙ୍କ ନିର୍ବାଚନ ଲଢ଼ିବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଥିଲା ା ମେ’ ମାସରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା ସୁଯୋଗ ଦେବା ପାଇଁ କ୍ରିମିନାଲ ଅପିଲ ସଂଖ୍ୟା ୮୮୦/୨୦୨୨ରେ ଓଡ଼ିଶା ହାଇକୋର୍ଟଙ୍କ ୨୦୨୪ ଏପ୍ରିଲ ୧୦ ରାୟ ଉପରେ ରହିତାଦେଶ ଜାରି ସହ ଦଣ୍ଡାଦେଶ ଉପରେ ନିଲମ୍ବନ ଆଦେଶ ଜାରି କରିବାକୁ ନିବେଦନ କରାଯାଇଛି। ଏଥିସହ ସର୍ବୋଚ୍ଚ ନ୍ୟାୟାଳୟରେ ଏହି ମାମଲାର ବିଚାର ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ମହମ୍ମଦ ମୋକିମଙ୍କୁ ଜାମିନ ପ୍ରଦାନ ଏବଂ ଜୋରିମାନା ରାଶି ଆଦାୟ ଉପରେ ରୋକ ଲଗାଯିବା ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଛି। ମାମଲାର ଶୁଣାଣି ଏପ୍ରିଲ ୧୯କୁ ଧାର୍ଯ୍ୟ ହୋଇଛି।

ବଢିବ ତାତି, ୪୦ ଟପିବ ପାରଦ

- Advertisement -

ମୋକିମଙ୍କ ଦ୍ୱାରା ଦାଖଲ ସ୍ୱତନ୍ତ୍ର ଲିଭ ପିଟିସନରେ ଦର୍ଶାଯାଇଛି ଯେ ଏହି ମାମଲାରେ ବ୍ୟବସାୟିକ ନେଣଦେଣ ୨୦୦୦ ମସିହାରେ ହୋଇଥିଲା। ସେତେବେଳେ ସେ ସାଧାରଣ ଜୀବନରେ ନଥିଲେ। ୨୦୦୫ରେ ଦୁର୍ନୀତି ନେଇ ଏତଲା ଦରଜ ହେବା ସହ ୨୦୨୨ରେ ବିଚାର ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇ ୩ ବର୍ଷ ଦଣ୍ଡାଦେଶ ଘୋଷଣା ହୋଇଛି, ଯାହାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ କାଏମ ରଖିଛନ୍ତି। ଉଚ୍ଚ ନ୍ୟାୟାଳୟ ରାୟ ଦ୍ୱାରା ଜନପ୍ରତିନିଧି ଆଇନ ୮ (୩) ଅନୁଯାୟୀ କଟକ-ବାରବାଟୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପଦ ପାଇଁ ସେ ଅଯୋଗ୍ୟ ହେବେ। ଏଥିସହ ଚଳିତ ବିଧାନସଭା ନିର୍ବାଚନ ଲଢ଼ି ପାରିବେ ନାହିଁ। ଏହି ଦୁର୍ନୀତି ମାମଲାରେ ସମୁଦାୟ ଋଣ ରାଶି ମୂଲ୍ୟ ୧.୫ କୋଟି ରହିଛି। ଭିଜିଲାନସ ଅଦାଲତ ତାଙ୍କୁ ଏହି ମାମଲାରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ ନକରି ଆଇପିସିର ବିଭିନ୍ନ ଧାରାରେ ଦଣ୍ଡାଦେଶ ଶୁଣାଇଛନ୍ତି। ଝାଡ଼ଖଣ୍ଡର ଗରିଡିହୀ ବ୍ରହ୍ମଡିହା କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କ ସମ୍ପର୍କରେ ଦିଲ୍ଳୀ ହାଇକୋର୍ଟଙ୍କ ରାୟର ଅବତରଣା କରି ସେ ଦର୍ଶାଇଛନ୍ତି ଯେ ଆଗାମୀ ବିଧାନସଭା ନିର୍ବାଚନ ଲଢ଼ିବାକୁ ତାଙ୍କୁ ଅନୁମତି ନମିଳିଲେ ଅପୂରଣୀୟ କ୍ଷତି ଘଟିବ। ମୋକିମଙ୍କ ଏସଏଲପିକୁ ବିରୋଧ କରି ରାଜ୍ୟ ଭିଜିଲାନସ ବିଭାଗ ତରଫରୁ ଆଡ଼ଭୋକେଟ ଅନ ରେକର୍ଡ ପ୍ରକାଶ ନାୟକ ସୁପ୍ରିମକୋର୍ଟରେ କାଭିଏଟ ଦାଖଲ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories