www.samajalive.in
Monday, December 8, 2025
17.1 C
Bhubaneswar

ବାଲିକୁଦା-ଏରସମା ଅଙ୍କ ଛିଣ୍ଡୁନି

ଜଗତସିଂହପୁର: ଜଗତସିଂହପୁର ଜିଲାର ୪ଟି ବିଧାନସଭା ଆସନ ମଧ୍ୟରୁ ବିଜେଡି ୩ଟି ଆସନ ଓ ବିଜେପି ୨ଟ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏପର୍ଯ୍ୟନ୍ତ କଂଗ୍ରେସ ଦଳ କୌଣସି ବିଧାନସଭା କିମ୍ବା ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ। ତେବେ ବାଲିକୁଦା-ଏରସମା ବିଧାନସଭା ଆସନର ଜଟିଳ ଅଙ୍କ କାହାରି ଛିଣ୍ଡୁନଥିବା ଯୋଗୁ ଏପର୍ଯ୍ୟନ୍ତ ୩ପ୍ରମୁଖ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହାନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ସବୁ ଦଳରେ ପ୍ରାର୍ଥୀ ହେବାକୁ ଆଶାୟୀଙ୍କ ସଂଖ୍ୟା ମଧ୍ୟ ଢେର ଅଧିକ। ୨୦୦୯ ଓ ୨୦୧୪ରେ ଏହି ଆସନରୁ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ରେ ବିଜେଡି ପ୍ରଶାନ୍ତଙ୍କୁ ଜଗତସିଂହପୁର ଆସନରୁ ପ୍ରାର୍ଥୀ କରାଇ ବାଲିକୁଦା-ଏରସମା ଆସନରେ ରଘୁନନ୍ଦନ ଦାସଙ୍କୁ ପ୍ରାର୍ଥୀ କରିଥିଲା। ରଘୁନନ୍ଦନ ବିଜୟୀ ହେଲେ ଓ ପ୍ରଥମ ଥର ବିଧାୟକ ହୋଇ ମଧ୍ୟ ତାଙ୍କୁ ଜଳସେଚନ, ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ କରାଗଲା। ତେବେ କିଡନି ଜନିତ ସମସ୍ୟା ଯୋଗୁ ସେ ଦୀର୍ଘଦିନ ଡାକ୍ତରଖାନାରେ ରହି ଚିକିତ୍ସିତ ହେଲେ। ଏବେ ସେ ସୁସ୍ଥ ହୋଇଥିଲେ ବି ସେଠାରେ ଏକାଧିକ ଆଶାୟୀ ମୁଣ୍ଡ ଟେକିଛନ୍ତି। ରଘୁନନ୍ଦନ ଏବେ ନିଜ ପାଇଁ ହେଉ ବା ନିଜ ପୁଅ ପାଇଁ ଟିକଟ ଆଣିବାକୁ ଉଦ୍ୟମ ଚଳାଇଛନ୍ତି। ଏରସମା ବ୍ଲକର ବିଭିନ୍ନ ଜୋନ୍‌ରୁ ଏକାଧିକ ଥର ଜିଲା ପରିଷଦ ସଭ୍ୟ ହୋଇଥିବା ଶାରଦା ଜେନା ଏହି ଆସନ ପାଇଁ ଅନ୍ୟତମ ଦାବିଦାର ଅଛନ୍ତି। ଏହାସହ ଜିଲା ବିଜୁ ଯୁବ ଜନତା ଦଳ ସଭାପତି ସୌମ୍ୟଜିତ ମହାପାତ୍ର, ଯୁବ ନେତା ସଞ୍ଜୀବ ବିଶ୍ୱାଳ ମଧ୍ୟ ଟିକଟ ପାଇଁ ନବୀନ ନିବାସ ସମ୍ମୁଖରେ ନିଜ ସମର୍ଥକଙ୍କ ସହ ପହଞ୍ଚି ଦାବି ଉପସ୍ଥାପନ କରିଛନ୍ତି।

ନିକଟରେ କଂଗ୍ରେସ ଦଳ ଛାଡି ବିଜେଡିରେ ମିଶିଥିବା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କ ନାମ ମଧ୍ୟ ବାଲିକୁଦା-ଏରସମା ଆସନ ପାଇଁ ଆଲୋଚନା ଚାଲିଥିଲା କେବଳ ବିଜେଡିରେ ୫/୬ଜଣ ଆଶାୟୀ ଥିବା ସମୟରେ ବିଜେପିରେ ମଧ୍ୟ ଆଶାୟୀଙ୍କ ସଂଖ୍ୟା କମ୍‌ ନୁହେଁ। ଦୀର୍ଘବର୍ଷ ଧରି ଏହି ନିର୍ବାଚନ ମଣ୍ଡଳିରେ ବିଜେପି ସଙ୍ଗଠନ ସମ୍ଭାଳିଥିବା ଶିବବ୍ରତ ଦାସ ଓ ସଞ୍ଜୟ ମହାନ୍ତି ବିଧାୟକ ପ୍ରାର୍ଥୀ ହେବାକୁ ଲବି ଚଳାଇଛନ୍ତି। ମାତ୍ର ଗତ କିଛି ମାସ ତଳେ ବିଜେପିରେ ସାମିଲ ହୋଇଥିବା ସତ୍ୟସାରଥି ମହାନ୍ତି ରାଜ୍ୟସ୍ତରରେ ଜୋରଦାର ଲବି ଚଳାଇଥିବା କୁହାଯାଉଛି। ଏହା ସହ ଜଣେ ବରିଷ୍ଠ କଂଗ୍ରେସ ନେତା ଦଳ ଛାଡି ବିଜେଡିରେ ମିଶି ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି। ଏହି ଆସନ ପାଇଁ କଂଗ୍ରେସରେ ମଧ୍ୟ ଏକାଧିକ ଆଶାୟୀ ଅଛନ୍ତି। ମାତ୍ର ଦୀର୍ଘବର୍ଷ ଧରି ସଂଗଠନକୁ ସଜାଡିଥିବା ଇଂ.ନଳିନୀ କୁମାର ସ୍ୱାଇଁ ଆଗରେ ଅଛନ୍ତି। କଂଗ୍ରେସର ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର ଲଢିବା ପାଇଁ ଅମଙ୍ଗ ହେଉଥିବା ଆଲୋଚନା ହେଉଛି। ଏହାସହ ସର୍ବୋଚ୍ଚ ନ୍ୟାାୟାଳୟର ଆଇନଜୀବୀ ଡ.ସୁଶାନ୍ତ କୁମାର କାନୁନଗୋ ମଧ୍ୟ କଂଗ୍ରେସ ଟିକେଟ ଲବିରେ ରହିଛନ୍ତି। ୩ପ୍ରମୁଖ ଦଳର ପ୍ରାର୍ଥୀ ମନୋନୟନ ଚୂଡାନ୍ତ ହୋଇନଥିବା ସମୟରେ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ପ୍ରାୟ ମାସେ ହେଲାଣି ଗାଁ ଗଣ୍ଡା ବୁଲି ଚାଷି ଭାଇଙ୍କୁ ଏକାଠି କରି ନିଜର ପ୍ରଚାର ଚଳାଇଛନ୍ତି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories