www.samajalive.in
Monday, December 8, 2025
20.1 C
Bhubaneswar

ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ: ଜୟଦେବ ଭବନରେ ଫଟୋଚିତ୍ର ପ୍ରଦର୍ଶନ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରର ୭୬ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଜୟଦେବ ଭବନଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ବିଏମସି ପକ୍ଷରୁ ଫଟୋ ଚିତ୍ର ପ୍ରଦର୍ଶନୀ ଉଦଘାଟନ ହୋଇଛି। ଏହାସହିତ ସକାଳେ ରାଜଧାନୀ ଶିଳାନ୍ୟାସ ଫଳକରେ ମାଲ୍ୟାର୍ପଣ କରିଥିଲେ ମୁଖ୍ୟ ଶାସନ ସଚିବ। ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଓଡ଼ିଶାର ରାଜଧାନୀ ହୋଇଥିଲା ମନ୍ଦିରମାଳିନୀ ଭୁବନେଶ୍ୱର। ସେବେଠାରୁ ପ୍ରତିବର୍ଷ ଆଜିର ଦିନକୁ ରାଜଧାନୀ ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଉଛି। ୧୯୪୮ ଏପ୍ରିଲ ୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଦ୍ୱାରା ରାଜଧାନୀ ପ୍ରତିଷ୍ଠା ଫଳକ ସ୍ଥାପନା କରାଯାଇଥିଲା। ଓଡ଼ିଶା ବିଧାନ ସୌଧ ନିକଟରେ ଥିବା ଏହି ଫଳକରେ ଆଜି ପୁଷ୍ପମାଲ୍ୟ ଅର୍ପଣ ସହିତ ପତାକା ଉତ୍ତୋଳନ ହୋଇଛି। ଏହାପରେ ଅତିଥିମାନଙ୍କ ଦ୍ୱାରା ସ୍ଥାନୀୟ ଜୟଦେବ ଭବନରେ ଏକ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟନ କରାଯାଇଛି। ଏହି ଫଟୋଚିତ୍ରରେ ଭୁବନେଶ୍ୱରର ବହୁ ପୁରାତନ ଫଟୋଚିତ୍ର ସବୁକୁ ପ୍ରଦର୍ଶିତ କରାଯାଇଛି।

ଅନେକ ବାଧାବିଘ୍ନ ଅତିକ୍ରମ କରି ରାଜଧାନୀ ସମୃଦ୍ଧ ହେଉଛି। ଐତିହ୍ୟ, କୀର୍ତ୍ତିରାଜି, ମନ୍ଦିର, ସ୍ଥାପତ୍ୟରେ ଭରପୂର ଭୁବନେଶ୍ୱର ଆଜି ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ବଣ, ପାହାଡ ଘେରା ଏହି ସ୍ଥାନରେ ଏବେ ବଡ ବଡ ଅଟ୍ଟାଳିକା ଶୋଭାପାଉଛି। ସହର ସ୍ମାର୍ଟସିଟିରେ ପରିଣତ ହେବା ପରେ ଲୋକଙ୍କୁ ୨୪ଘଣ୍ଟିଆ ପାଣି ଓ ବିଜୁଳି ଯୋଗାଇ ଦିଆଯାଉଛି। ଧଉଳି, ଖଣ୍ଡଗିରି, ଉଦୟଗିରି ଐତିହ୍ୟକୁ ନେଇ ସହରର ପରିଚୟ ସୀମିତ ହୋଇ ରହିନାହିଁ ବରଂ କ୍ରୀଡା, ଶିକ୍ଷା, ବୈଷୟିକ କ୍ଷେତ୍ରରେ ସୁନାମ ଅର୍ଜନ କରିଛି।

ଆଜି ଭୁବନେଶ୍ଵର ପାଳୁଛି ୭୬ତମ ପ୍ରତିଷ୍ଠା ଦିବସ

- Advertisement -

ହକି ବିଶ୍ୱକପ ଆୟୋଜନଠାରୁ ଏସିଆନ୍‌‌ ଆଥ୍‌‌ଲେଟିକ୍‌‌ ଗେମ୍‌‌ ଭଳି ଅନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତା ଆୟୋଜନ କରି ଭୁବନେଶ୍ୱର ଦେଶର କ୍ରୀଡା ରାଜଧାନୀ ମଧ୍ୟ ପାଲଟିଛି। ରାଜଧାନୀର ବିକାଶକୁ ଆଗକୁ ନେବାକୁ ଅନବରତ ପ୍ରୟାସ କରିଚାଲିଛନ୍ତି ଭୁବନେଶ୍ୱର ମହାନଗର ନିଗମ, ଭୁବନଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଓ ସ୍ମାର୍ଟସିଟି କର୍ତ୍ତୃପକ୍ଷ।

 

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories