www.samajalive.in
Monday, December 8, 2025
27.1 C
Bhubaneswar

ସଡକ ଦୁର୍ଘଟଣାରେ ଜଣେ ମୃତ, ୨ ଆହତ

ସମ୍ବଲପୁର(ସିଟି): ସ୍ଥାନୀୟ ଅଇଁଠାପାଲି ଥାନା ଅର୍ନ୍ତଗତ ପରଧିଆପାଲି ଠାରେ ବିଜୁ ଏକ୍ସପ୍ରେସ ୱେ ଠାରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ୩ ଜଣ ଯୁବକ ଏକ ବାଇକରେ ଅତ୍ୟନ୍ତ ଦ୍ରୃତଗତିରେ ସମ୍ବଲପୁର ପଟକୁ ଶାସନ ପଟରୁ ଆସୁଥିବା ବେଳେ ପରଧିଆପାଲି ଠାରେ ଭାରସାମ୍ୟ ହରାଇ ସମ୍ମୁଖରେ ଯାଉଥିବା ଏକ ଗାଡିରେ ପଛରୁ ଜୋରରେ ବାଡେଇ ହୋଇଥିଲେ। ଫଳରେ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଥିଲେ। ତୁରନ୍ତ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ସହିତ ଉଦ୍ଧାର କରି ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ୨ ଜଣଙ୍କୁ ବୁର୍ଲା ଭିମସାରକୁ ସ୍ଥାନାନ୍ତର କରାଯାଇଛି।

ଏ ସମ୍ପର୍କରେ ଅଇଁଠାପାଲି ପୁଲିସ କହିଛି ଯେ, ମୃତକ ଓ ଆହତ ମାନଙ୍କର ପରିଚୟ ଜଣାପଡି ନ ଥିବା ବେଳେ ଗାଡି ନମ୍ବରରୁ ତାହା ବରଗଡ ଜିଲା ଅମ୍ବାଭନା ଅଞ୍ଚଳର ବୋଲି ଜଣାପଡିଛି। ପୁଲିସ ତରଫରୁ ଗାଡି ମାଲିକଙ୍କ ସହିତ ଯୋଗାଯୋଗର ଉଦ୍ୟମ ଜାରି ରଖାଯାଇଛି ବୋଲି କହିଛି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories