www.samajalive.in
Monday, December 8, 2025
14.1 C
Bhubaneswar

ଟ୍ରେନ୍‌ ଛାତରେ ଶୋଇ ଦୀର୍ଘ ୫ ଘଣ୍ଟା ଯାତ୍ରା କଲା ଯୁବକ, ଷ୍ଟେସନର ଦୃଶ୍ୟ ଉଡ଼ାଇଲା ରେଳ ଅଧିକାରୀଙ୍କ ନିଦ

କାନପୁର: ଦୀର୍ଘ ୫ ଘଣ୍ଟା ଧରି ଦିଲ୍ଲୀରୁ କାନପୁର ପର୍ଯ୍ୟନ୍ତ ଟ୍ରେନ୍‌ ଛାତ ଉପରେ ଶୋଇ ଯାତ୍ରା କଲେ ବ୍ୟକ୍ତି। ଟ୍ରେନ୍‌ କାନପୁର ସେଣ୍ଟ୍ରାଲ ଷ୍ଟେସନରେ ରାତି ଗୋଟାଏରେ ପହଞ୍ଚିବା ପରେ ରେଳ ଅଧିକାରୀଙ୍କ ନିଦ ଉଡ଼ାଇ ଦେଇଥିଲା ଏହି ଦୃଶ୍ୟ। ସବୁଠୁ ବଡ କଥା ହେଉଛି ଦିଲ୍ଲୀରୁ କାନପୁର ପର୍ଯ୍ୟନ୍ତ କେହି ତାଙ୍କୁ ଦେଖି ନଥିଲେ। ଏଭଳି ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି କାନପୁର ସେଣ୍ଟ୍ରାଲ ଷ୍ଟେସନରେ। ରାତି ଗୋଟାଏ ବେଳେ ହମସଫର ଏକ୍ସପ୍ରେସ୍‌ ଷ୍ଟେସନରେ ପହଞ୍ଚିବା ପରେ ରେଳ ଅଧିକାରୀଙ୍କ ନିଦ ଉଡ଼ି ଯାଇଥିଲା। ଟ୍ରେନର ଛାତ ଉପରେ ଜଣେ ଯୁବକ ଶୋଇଥିବର ବିଷୟରେ ସୂଚନା ପାଇବା ମାତ୍ରେ ରେଳ କର୍ମଚାରୀ ଓ ଅଧିକାରୀଙ୍କ ଏକ ଦଳ ପ୍ଲାଟଫର୍ମରେ ପହଞ୍ଚିଥିଲେ। ଟ୍ରେନ୍ ଉପରେଦେଇ ୨୫୦୦୦ ଭୋଲ୍ଟର ଲାଇନ ଯାଇଛି। ଯଦି ଯୁବକ ଜଣକ ଠିଆ ହୋଇ ଯାଇଥାନ୍ତା, ତେବେ ଏକ ବଡ଼ ଦୁର୍ଘଟଣା ଘଟିଥାନ୍ତା। ତୁରନ୍ତ ଓଏଚଇ ଲାଇନକୁ ବନ୍ଦ କରି ଯୁବକକୁ ତଳକୁ ଓହ୍ଲାଇ ଦିଆଯାଇଥିଲା। ସେ ଦୀର୍ଘ ୫ ଘଣ୍ଟା ଧରି ଦିଲ୍ଲୀରୁ କାନପୁର ପର୍ଯ୍ୟନ୍ତ ଟ୍ରେନ୍‌ ଛାତ ଉପରେ ଶୋଇ ରହିଥିଲା। ଏହି ସମୟରେ ଟ୍ରେନ୍ ପ୍ରାୟ ୪୫ ମିନିଟ୍ ପ୍ଲାଟଫର୍ମରେ ଠିଆ ହୋଇ ରହିଥିଲା।

ଆନନ୍ଦ ବିହାର ଟର୍ମିନାଲରୁ ହମସଫର ଏକ୍ସପ୍ରେସ ୧୨୫୭୨ ସୋମବାର ରାତି ୮ଟାରେ ଦିଲ୍ଲୀରୁ ଛାଡ଼ି କାନପୁରରେ ରାତି ୧୨ଟା ୫୩ ସମୟରେ ୯ ନମ୍ବର ପ୍ଲାଟଫର୍ମରେ  ପହଞ୍ଚିିଥିଲା। ଏହା ଗୋରଖପୁର ପର୍ଯ୍ୟନ୍ତ ଯାଇଥାଏ। ସେଠାରେ ଯାତ୍ରୀମାନେ ଇଞ୍ଜିନଠାରୁ ପଞ୍ଚମ ବଗି ବି-୧୧ ଛାତ ଉପରେ ଜଣେ ଯୁବକ ଶୋଇଥିବାର ଦେଖିଥିଲେ। ଯାତ୍ରୀମାନଙ୍କ ପାଟିତୁଣ୍ଡ ଶୁଣି ରେଳ ଅଧିକାରୀ, ଆରପିଏଫ ଓ ଜିଆରପି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ପ୍ରଥମେ ଯୁବକ ଜଣକ ଆରାମରେ ଶୋଇଥିଲେ, ଯେପରି ସେ ଲୁଚିବାକୁ ଚେଷ୍ଟା କରୁଥିଲେ। ପରେ ସେ ବେକ ଏବଂ ଗୋଡ଼ ହଲାଇଥିଲା। ଅଧିକାରୀମାନେ ଯୁବକକୁ ବୁଝାସୁଝା କରି ତଳକୁ ଓହ୍ଲାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ। ଅଧିକାରୀଙ୍କ ଭୟ ଥିଲା ଯେ ତାକୁ ବେଶୀ କିଛି କହିଲେ ହୁଏତ ସେ ଠିଆ ହୋଇଯିବ। ଯଦ୍ବାରା ସେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇପାରେ। ଅନେକ ଥର ଚେଷ୍ଟା କରିବା ପରେ ମଧ୍ୟ ଯୁବକ ତଳକୁ ଓହ୍ଲାଇବାକୁ ପ୍ରସ୍ତୁତ ନଥିଲେ, ତେଣୁ ଓଏଚଇ ଲାଇନ ବନ୍ଦ କରି ତାକୁ ତଳକୁ ଅଣାଯାଇଥିଲା। ଯୁବକ ଜଣକ ଫତେହପୁରର ବିନ୍ଦକି ଥାନା ଅଞ୍ଚଳର ଦିଲୀପ କୁମାର ବୋଲି ଜଣାପଡ଼ିଛି। ଡେପୁଟି ସିଟିଏମ୍ କହିଛନ୍ତି ଯେ, ଯୁବକଙ୍କୁ ପଚରାଉଚରା କରାଯାଇଥିଲା, କିନ୍ତୁ ସେ କୌଣସି ଉତ୍ତର ଦେଇପାରିନଥିଲେ। ସେ ମାନସିକ ରୂପେ ଅସୁସ୍ଥ ଥିବା ଜଣାପଡ଼ୁଛି। ତାଙ୍କ ପରିବାରକୁ ଖବର ଦିଆଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories