www.samajalive.in
Sunday, December 7, 2025
26.1 C
Bhubaneswar

ଗୋରୁ ବେପାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ୮୬ହଜାର ଲୁଟ୍: ୨ ଅଟକ, ୫ ଫେରାର

ଲାଞ୍ଜିଗଡ: କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ କଦମଗୁଡା ପଞ୍ଚାୟତ ସିକେରକୂପା ଫାଣ୍ଡି ଅନ୍ତର୍ଗତ କଦମଗୁଡା ଛକ ନିକଟରେ ଗୋରୁ ବେପାରୀଙ୍କୁ ସଶସ୍ତ୍ର ଆକ୍ରମଣ କରି ଡକାୟତି ହୋଇଥିବା ଜଣାପଡ଼ିଛି। ସୂଚନାନୁସାରେ, ସୋମବାର ୭ଜଣ ଦୁର୍ବୃତ୍ତ ଏକ ଏର୍ଟିଗା କାରରେ ଆସି ମାରଣାସ୍ତ୍ରରେ ଆକ୍ରମଣ କରି ଗୋରୁ ବେପାରୀମାନଙ୍କଠାରୁ ୮୬ହଜାର ଟଙ୍କା ଛଡାଇ ନେଉଥିବାବେଳେ ପୁଲିସ ଦ୍ୱାରା ଧରା ପଡିଛନ୍ତି। ରାୟଗଡା ଜିଲା ମୁନିଗୁଡା ଏବଂ ଆମ୍ବଦଳା ଥାନା ଅଞ୍ଚଳର ଗୋରୁ ବେପାରୀମାନେ କଳାହାଣ୍ଡି ବାଲିପଡ଼ା ବଜାରରୁ ଗୋରୁ କିଣି ଫେରୁଥିଲେ। ଏହି ସମୟରେ କଦମଗୁଡା ଛକ ନିକଟରେ ଦୁର୍ବୃତ୍ତମାନେ ନିଛାଟିଆ ଜାଗା ଦେଖି ମଓରଣାସ୍ତ୍ରରେ ଆକ୍ରମଣ କରି ୮୬ ହଜାର ଟଙ୍କା ଏବଂ ତିନିଗୋଟି ମୋବାଇଲ ଛଡାଇ ନେଇଥିଲେ। ଗୋରୁ ବେପାରୀମାନଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରୁଥିବାବେଳେ ସେହି ରାସ୍ତା ଦେଇ ଲୋକମାନେ ଆସୁଥିବା ଦେଖି ୫ଜଣ ଫେରାର ହେଇଯାଇଥିବା ବେଳେ ୨ଜଣଙ୍କୁ କାବୁ କରି ସିକେରକୂପା ଫାଣ୍ଡିକୁ ଖବର ଦେଇଥିଲେ ଲୋକେ। ଖବର ପାଇ ସିକେରକୂପା ଏସଆଇ ମୀନକେତନ ଶବର ଫାଣ୍ଡି କର୍ମଚାରୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି କାବୁ କରିଥିବା ଦୁର୍ବୃତ୍ତମାନଙ୍କୁ ଫାଣ୍ଡିକୁ ଆଣି ଅଟକ ରଖିଛନ୍ତି। କାବୁ କରାଯାଇଥିବା ଦୁର୍ବୃତ୍ତ ତୁଷାରକାନ୍ତ ପଣ୍ଡା ଏବଂ ବିଶ୍ୱେଶ୍ୱର ସାହୁ ଅଟକ ଥିବା ଓ ମାରଣାସ୍ତ୍ର ଜବତ ହୋଇଥିବାବେଳେ କାର ଚାଳକ ସମେତ ପାଞ୍ଚଜଣ ଗାଡ଼ି ଧରି ଫେରାର ହୋଇଯାଇଥିବା ସୂଚନା ମିଳିଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories