www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରସୂତିଙ୍କୁ ଲାଞ୍ଚ ଅର୍ଥ ଫେରାଇଲେ ଡାକ୍ତର

ଯୋଡା: ଯୋଡା ବ୍ଲକ ଅଂଶେଇକଳା ପଞ୍ଚାୟତ ଅନ୍ତର୍ଗତ ସୀମାନ୍ତବର୍ତ୍ତୀ ଜାମୁକୁଣ୍ଡିଆ ଗ୍ରାମର ରଙ୍ଗାରଙ୍ଗ ମୁଣ୍ଡାସାହିର ଅସହାୟା ସରସ୍ୱତୀ ମୁଣ୍ଡାଙ୍କ ପ୍ରସୂତି ବାବଦକୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର କର୍ଣ୍ଣରାମ ମହାନ୍ତ ଗ୍ରହଣ କରିଥିବା ୨୫ଶହ ଲାଞ୍ଚ ବାବଦ ଟଙ୍କା ସୋମବାର ପ୍ରସୂତିଙ୍କ ସ୍ୱାମୀ ବୁଧୁରାମ ମୁଣ୍ଡାଙ୍କୁ ଫେରାଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି। ସରକାରୀ ଆମ୍ବୁଲାନ୍ସକୁ ବ୍ୟବହାର କରି ସହୃଦୟ ଡାକ୍ତର ଜଣଙ୍କ ସୋମବାର ପୂର୍ବାହ୍ନରେ ଚମ୍ପୁଆରୁ ଆସି ଅଂଶେଇକଳା ସ୍ୱାସ୍ଥ୍ୟ କର୍ମୀ ଜ୍ୟୋର୍ତିମୟୀ ନନ୍ଦ ଓ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆକାଉଣ୍ଟାଣ୍ଟ ପୂର୍ଣ୍ଣଭୂଷଣ ମହାନ୍ତଙ୍କ ସହାୟତାରେ ଏହି ଟଙ୍କା ଫେରସ୍ତ କରିଥିବା ଖବର ମିଳିଛି।
ନଭେମ୍ବର ୨୨ରେ ସରସ୍ୱତୀଙ୍କ ପ୍ରସବ ବେଦନା ଆରମ୍ଭ ହେବାରୁ ସ୍ୱାମୀ ବୁଧୁରାମ ଆସନ୍ନ ପ୍ରସବାଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ରକ୍ତହୀନତା କାରଣରୁ ପ୍ରସବରେ ଜଟିଳ ଥିବାର ଅନୁଭବ କରି ବାସୁଦେବପୁର ଡାକ୍ତର ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ନେବାକୁ ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ବୁଧୁରାମ ଆସନ୍ନ ପ୍ରସବା ସ୍ତ୍ରୀକୁ ନଭେମ୍ବର ୨୩ରେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ୨୪ରେ ବୁଧୁରାମ ଏକ କନ୍ୟା ସନ୍ତାନରେ ପିତା ହୋଇଥିଲେ। ତେବେ ରକ୍ତହୀନତା ଜନିତ ଦୁର୍ବଳତା କାରଣରୁ ସରସ୍ୱତୀ ଅତିରିକ୍ତ ୭ଦିନ ନିମନ୍ତେ ସମ୍ପୃକ୍ତ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ଚଳିତ ମାସ ୧ରେ ସେଠାରୁ ଡିସ୍‍ଚାର୍ଜ ହୋଇଥିଲେ। ତେବେ ଡିସ୍‍ଚାର୍ଜ ପୂର୍ବରୁ ଡାକ୍ତର ମହାନ୍ତ ବୁଧୁରାମ ଠାରୁ ପ୍ରସୂତୀ ବାବଦକୁ ୩୦୦୦ ଟଙ୍କା ଦାବି କରିଥିବା ସମୟରେ ବୁଧୁରାମ ନିଜର ଉତ୍କଟ ଆର୍ôଥକ ଅସହାୟତା ପ୍ରକାଶ କରିବାରୁ ଏହା ୨୫୦୦ ଟଙ୍କାରେ ନିର୍ଦ୍ଧାରଣ ହୋଇଥିଲା। ତେବେ ଘଟଣା ସମ୍ବନେ୍ଧ କେତେକ ଗଣମାଧ୍ୟମରେ ଏହା ପ୍ରକାଶ ପରେ ସ୍ୱାସ୍ଥ୍ୟ ବିଭାଗ ଜିଲା ମୁଖିଆଙ୍କ ଚାପରେ ସହୃଦୟ ଡାକ୍ତର ଜଣଙ୍କ ପ୍ରାକ୍‍ ପ୍ରସ୍ତୁତି କରି ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ସହାୟତାରେ ସୋମବାର ପୂର୍ବାହ୍ନରେ ଅଗମ୍ୟ ଜାମୁକୁଣ୍ଡିଆ ଗ୍ରାମର ରଙ୍ଗାରଙ୍ଗ ମୁଣ୍ଡାସାହିରେ ପହଞ୍ଚି ବୁଧୁରାମଙ୍କ ହାତରେ ୨୫ଶହ ଟଙ୍କା ଦେଇ ସାଦା କାଗଜରେ ତା’ର ଏକ ଦସ୍ତଖତ ନେଇଥିବା ବୁଧୁରାମ ପ୍ରକାଶ କରିଛି।
ସୂଚନା ଯୋଗ୍ୟ,୧୪ଟି ଆଦିବାସୀ ପରିବାର ବସବାସ କରୁଥିବା ସମ୍ପୃକ୍ତ ହାମ୍‍ଲେଟ୍‍ ନିମନ୍ତେ ଆଜି ପର୍ଯ୍ୟନ୍ତ ଗମନା ଗମନର ସୁବିଧା ଉପଲବ୍ଧ ହୋଇନାହିଁ। ଅଂଶେଇକଳା ପଞ୍ଚାୟତ ଅନ୍ତର୍ଗତ ବଡହୁଣ୍ଡୁଳା,କୋହ୍ଲ-ହୁଣ୍ଡୁଳା,ଜାମୁକୁଣ୍ଡିଆ,ଜଙ୍କସାହି,ରଲାବୁରୁ ଗ୍ରାମବାସୀ ସ୍ୱାସ୍ଥ୍ୟ ସେବା ନିମନ୍ତେ ୧୦ କିମି ବ୍ୟବଧାନରେ ଅବସ୍ଥିତ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି। ସମ୍ପୃକ୍ତ ଗ୍ରାମ ଗୁଡିକ ନିମନ୍ତେ କାର୍ଯ୍ୟକାରୀ ଏକମାତ୍ର ଏଏନଏମ କେନ୍ଦ୍ରରେ ଦୀର୍ଘ ୫ ବର୍ଷ ହେଲା ତାଲା ଝୁଲୁଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories