www.samajalive.in
Tuesday, December 9, 2025
16.1 C
Bhubaneswar

କାଜୁ ଜଙ୍ଗଲରୁ ମିଳିଲା ନିଖୋଜ ପୂର୍ବତନ ପୁଲିସ୍ କର୍ମଚାରୀଙ୍କ ମୃତଦେହ

ଖଣ୍ଡପଡା: ନୟାଗଡ ଜିଲ୍ଲା ଖଣ୍ଡପଡା ବନମାଳିପୁରରେ ଅଭାବନୀୟ ଘଟଣା ଘଟିଛି। ପୂର୍ବତନ ପୁଲିସ୍ କର୍ମଚାରୀଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତକ ନୟାଗଡ ଗୋପାଳ ପ୍ରସାଦ ଗାଁର ସୋମନାଥ ପଟ୍ଟନାୟକ ବୋଲି ଜଣାପଡିଛି। ସୋମନାଥ ଗତ ୬ ଦିନ ତଳୁ ଘରୁ କୌଣସି କାମରେ ଯାଇ ଆଉ ଘରକୁ ଫେରିନଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ନିରାଶ ହୋଇଥିଲେ। ଏପରିକି ପରିବାର ଲୋଗ ଫତେଗଡ ଥାନାରେ ମଧ୍ୟ ଏତଲା ଦେଇଥିଲେ। ଶେଷରେ ନିଖୋଜ ହେବାର ୬ ଦିନ ପରେ ସୋମନାଥଙ୍କର ମୃତଦେହ କାଜୁ ଜଙ୍ଗଲରୁ ଉଦ୍ଧାର ହୋଇଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବାବେଳେ ପରିବାର ଲୋକ ସୋମନାଥଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ଆଣିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories