www.samajalive.in
Friday, December 12, 2025
19.1 C
Bhubaneswar

ନବୋଦୟ ବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ

ପାତ୍ରପୁର: ଗଞ୍ଜାମ ଜିଲା ସୁରଙ୍ଗି ପିଏମଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଉତ୍କଳ ଦିବସ ପାଳିତ ହୋଇଥିଲା। ପ୍ରଥମେ ଜଗନ୍ନାଥଙ୍କ ଫଟୋରେ ପୁଷ୍ପମାଲ୍ୟ ଦେଇ ସାମନାରେ ପ୍ରଦୀପ ପ୍ରଜ୍ଜୋଳନ କରିବା ସହିତ ଉତ୍କଳର ବରପୁତ୍ର ମାନଙ୍କର ଫଟୋରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ।

ବିଦ୍ୟାଳୟ ଅଧ୍ୟକ୍ଷ ଡ. ପୀତବାସ ପ୍ରହରାଜଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ରବୀନ୍ଦ୍ର କୁମାର ମିଶ୍ର, ବରିଷ୍ଠ ଅଧ୍ୟାପକ ଅଭିମନ୍ୟୁ ଭଟ୍ଟ, ଗଦାଧର ମହାପାତ୍ର ସମେତ ବହୁ ଅଧ୍ୟାପକ ଅଧ୍ୟାପିକା ମଞ୍ଚାସିନ ଥିଲେ। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଓଡ଼ିଶାର ବିଭିନ୍ନ ବରପୁତ୍ରମାନଙ୍କ ନିଷ୍ଠାପର ଉଦ୍ୟମ ଫଳରେ ସ୍ବତନ୍ତ୍ର ପ୍ରଦେଶ ଗଠନ ହୋଇଥିବା ବେଳେ ଓଡ଼ିଆ ଭାଷାର ଉନ୍ନତି ପାଇଁ ସବୁ ସ୍ତରରେ ଧ୍ୟାନ ଦେବାକୁ ଅତିଥି ମାନେ ମତ ପୋଷଣ କରିଥିଲେ।

ଏହି ଅବସରରେ ଚଳିତ ବର୍ଷ ବାର୍ଷିକ ପରୀକ୍ଷାରେ ପ୍ରତି ଶ୍ରେଣୀର ସର୍ବୋଚ୍ଚ ନମ୍ବର ରଖିଥିବା ତିନି ଜଣଙ୍କୁ ପୁରସ୍କୃତ କରାଯାଇ ଥିଲା।ବିଦ୍ୟାଳୟର ୯୮.୧୨ଶତକଡା ମାର୍କ ରଖି ଟପର ହୋଇଥିବା ଛାତ୍ରୀ କ୍ରୀଷ୍ଣା ପ୍ରିୟଦର୍ଶିନୀ ଙ୍କୁ  ପୁରସ୍କୃତ କରାଯାଇ ଥିଲା।ଛାତ୍ରୀ ଆର ଶ୍ରୀୟା ରାଣୀ ତୁଳସୀ ପ୍ରଧାନ ସିମ୍ରନ ଗୌଡ଼ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଗଦାଧର ମହାପାତ୍ର ସଂଯୋଜନା କରିଥିବା ବେଳେ ଅଭିମନ୍ୟୁ ଭଟ  ଧନ୍ୟବାଦ୍ ଦେଇ ଥିଲେ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories