www.samajalive.in
Thursday, December 11, 2025
18.1 C
Bhubaneswar

ଇ-ଚାଲାଣ କଟିବାର କେତେଦିନ ଭିତରେ ପୈଠ କରିବେ ଦେୟ ?

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣା ହାର ହ୍ରାସ କରିବା ପାଇଁ ଅନେକ ଟ୍ରାଫିକ୍‌ ନିୟମ କରାଯାଇଛି। ପ୍ରାୟତଃ ଦେଖାଯାଏ ଯେ ଗାଡ଼ି ଚଳାଇବା ସମୟରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ହୋଇଥାଏ। ଏହି ସମୟରେ ରାସ୍ତାରେ ଅନେକ ସ୍ଥାନରେ ଲାଗିଥିବା କ୍ୟାମେରା ମାଧ୍ୟମରେ ଆମର ଇ-ଚାଲାଣ କଟିଯାଇଥାଏ। ଚାଲାଣ କଟିବା ପରେ ମୋବାଇଲକୁ ମେସଜ୍‌ ଆସିଥାଏ। ଅନେକ ଥର ଟଙ୍କା ଅଭାବରୁ ଲୋକମାନେ ସେମାନଙ୍କ ଇ-ଚାଲାଣ ଦେଇପାରନ୍ତି ନାହିଁ। ଏହି କାରଣରୁ ଅନେକ ଲୋକଙ୍କ ମନରେ ଏକ ପ୍ରଶ୍ନ ଥାଏ ଯେ, ଇ-ଚାଲାଣ କଟିବାର କେତେ ଦିନ ଭିତରେ ଦେୟ ପୈଠ କରାଯାଇପାରିବ। ଆଜି ଆମେ ଆପଣଙ୍କୁ ଏ ବିଷୟରେ କହିବାକୁ ଯାଉଛୁ।

ଇ-ଚାଲାଣ କଟିବା ପରେ ଏହାକୁ ଭରିବା ପାଇଁ ୯୦ ଦିନ ପର୍ଯ୍ୟନ୍ତ ସମୟ ରହିଥାଏ। ସୂଚନାଯୋଗ୍ୟ, ଚାଲାଣ କଟିବାର ୬୦ ଦିନ ପରେ ତାହା ଭର୍ଚୁଆଲ୍ କୋର୍ଟକୁ ଚାଲିଯାଏ। ଏହି ସମୟ ସୁଦ୍ଧା ଯଦି ଆପଣ ଚାଲାଣ ପୈଠ କରୁନାହାନ୍ତି, ତେବେ ଏହାପରେ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇ ଗାଡ଼ି ମାଲିକଙ୍କୁ ଚାଲାଣ ଜମା କରିବା ପାଇଁ ଓକିଲଙ୍କ ସହିତ କୋର୍ଟକୁ ଯିବାକୁ ପଡ଼ିଥାଏ।

- Advertisement -

ସଡ଼କ ଦୁର୍ଘଟଣା ସମ୍ବନ୍ଧୀୟ ମାମଲା ଲଗାତର ଭାବେ ସାମ୍ନାକୁ ଆସୁଛି। ଏଭଳି ପରିସ୍ଥିତିରେ ସଡ଼କ ଦୁର୍ଘଟଣା ମାମଲାକୁ ହ୍ରାସ କରିବା ପାଇଁ କିଛି ବର୍ଷ ପୂର୍ବେ ଟ୍ରାଫିକ ନିୟମରେ ଅନେକ ବଡ଼ ପରିବର୍ତ୍ତନ କରାଯାଇଥିଲା। ଏହି ନିୟମଗୁଡ଼ିକ ପାଳନ କରିବା ଦ୍ବାରା ଯାତ୍ରା ସୁରକ୍ଷିତ ଏବଂ ସୁନିଶ୍ଚିତ ହୋଇଥାଏ। ଏହାଦ୍ବାରା ଦୁର୍ଘଟଣାର ସମ୍ଭାବନା କମିଯାଏ।

 

 

Hot this week

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

Related Articles

Popular Categories