www.samajalive.in
Monday, December 8, 2025
24.1 C
Bhubaneswar

୧୩ରେ ଓଜେଏସ୍‍ ପ୍ରିଲିମ ପରୀକ୍ଷା

କଟକ,୧୬ା୧୨(ବ୍ୟୁରୋ): ଓଡ଼ିଶା ବିଚାର ବିଭାଗୀୟ ସେବା(ଓଜେଏସ୍‍) ପରୀକ୍ଷା-୨୦୧୮ ଲାଗି ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ପକ୍ଷରୁ ପ୍ରିଲିମନାରୀ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଜାନୁୟାରୀ ୧୩ତାରିଖରେ ଏହି ପରୀକ୍ଷା ହେବ। ସମୁଦାୟ ୪୩ଟି ପଦବି ପୂରଣ ନିମନ୍ତେ ଏହି ପରୀକ୍ଷା ଅନୁଷ୍ଠିତ ହେଉଥିବାବେଳେ ୨୬୮୫ଜଣ ପ୍ରାର୍ଥୀ ଏହି ପରୀକ୍ଷା ଦେବେ।
ସମୁଦାୟ ୫ଟି କେନ୍ଦ୍ର ହୋଇଥିବାବେଳେ ବାଲେଶ୍ୱରରେ ୯୭, ବ୍ରହ୍ମପୁରରେ ୧୭୫, ଭୁବନେଶ୍ୱରରେ ୧୨୬୬, କଟକରେ ୮୫୦ ଓ ସମ୍ବଲପୁରରେ ୨୯୭ଜଣ ଆଶାୟୀ ପରୀକ୍ଷା ଦେବେ। ସମୁଦାୟ ୪୩ଟି ପଦବି ମଧ୍ୟରୁ ଅଂସରକ୍ଷିତ ପ୍ରାର୍ଥୀଙ୍କ ନିମନ୍ତେ ୧୯ ପଦବି ଥିବାବେଳେ ଏସ୍‍ସି ଶ୍ରେଣୀରେ ୭, ଏସ୍‍ଟିରେ ୧୦, ଏସଇବିସିରେ ୫ ଓ ଦିବ୍ୟାଙ୍ଗଙ୍କ ପାଇଁ ୨ଟି ପଦବି ରହିଛି। ଏହା ପରେ ମୁଖ୍ୟ ଲିଖିତ ପରୀକ୍ଷା ୨୦୧୯, ମାର୍ଚ୍ଚ ୧୦ରୁ ଆରମ୍ଭ ହେବା ପାଇଁ ଲକ୍ଷ୍ୟ ରହିଥିବା ଜଣାଯାଇଛି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories