www.samajalive.in
Monday, December 8, 2025
27.1 C
Bhubaneswar

୩ ଅସାମାଜିକଙ୍କୁ ଗଛରେ ବାନ୍ଧି ଛେଚିଲେ ଗାଁ ଲୋକେ

ଯାଁଳା: ରବିବାର ପ୍ରାତଃ ଭ୍ରମଣରେ ଯାଉଥିବାବେଳେ ମା’ଙ୍କ ସମ୍ମୁଖରେ ଝିଅକୁ ଅସଦାଚରଣ ଉଦ୍ୟମ କରିଥିଲେ ୩ ଅସାମାଜିକ ଯୁବକ। ସେମାନଙ୍କୁ ଗାଁ ଲୋକେ ଧରି ଗଛରେ ବାନ୍ଧି ବହେ ଛେଚିବା ସ୍ଥାନୀୟ ଅଞ୍ଚଳରେ ଅାଲୋଚନାର ବିଷୟ ହୋଇଛି । ଚନ୍ଦକା ଥାନା ଛତାବର ଅଞ୍ଚଳରେ ଏହି ଘଟଣା ଘଟିଛି। ପରେ ମାମଲାର ଆପୋସ ସମାଧାନ ହୋଇଥିବାରୁ ତିନି ଅସାମାଜିକ ଛାଡ଼ ପାଇଥିବା ଜଣାପଡ଼ିଛି।
ସୂଚନାନୁସାରେ ରବିବାର ସକାଳୁ ଛତାବର ଅଞ୍ଚଳର ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପତ୍ନୀ ଓ ଝିଅ ପିତାପଲ୍ଲୀ-ବାରଙ୍ଗ ରାସ୍ତାରେ ପ୍ରାତଃ ଭ୍ରମଣ କରୁଥିଲେ । ଏହି ସମୟରେ ଏକ ବାଇକ୍‍ରେ ୩ ଯୁବକ ମା’ଙ୍କ ସହ ଥିବା ଝିଅକୁ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲେ। ମା’ଝିଅ ସାହସ ଜୁଟାଇ ସେମାନଙ୍କୁ ପ୍ରତିରୋଧ କରିବା ସହ ଜଣଙ୍କୁ କାବୁ କରି ନେଇଥିଲେ। ଭୟରେ ଅନ୍ୟ ଦୁଇ ଯୁବକ ଘଟଣାସ୍ଥଳରୁ ପଳାଇଥିଲେ। ପାଟି ଶୁଣି ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହୋଇଯାଇଥିଲେ ଓ ଫେରାର ହୋଇଯାଇଥିବା ଅନ୍ୟ ଦୁଇ ଯୁବକଙ୍କୁ ପିଛା କରି ସେମାନଙ୍କୁ ପଳାସପୁର ନିକଟରୁ ଧରିଥିଲେ। ପରେ ତିନି ଜଣଙ୍କୁ ଗଛରେ ବାନ୍ଧି ନିର୍ଧୁମ ଛେଚିଥିଲେ। ଖବର ପାଇ ମେଣ୍ଢାଶାଳ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରି ଫାଣ୍ଡିକୁ ନେଇଥିଲେ। ଯୁବକଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ମଦନପୁର ଅଞ୍ଚଳର ଓ ଅନ୍ୟ ଦୁଇ ଜଣ ଏକ ଘରୋଇ ମ୍ୟାନେଜ୍‍ମେଣ୍ଟ କଲେଜର ଛାତ୍ର ବୋଲି ପୁଲିସ କହିଛି। ଅଭିଯୁକ୍ତଙ୍କ ଅଭିଭାବକମାନେ ଛତାବର ଗ୍ରାମବାସୀ ଓ ମା’ଝିଅଙ୍କୁ କ୍ଷମା ମାଗିବା ପରେ ମାମଲାର ଆପୋସ ସମାଧାନ ହୋଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories