www.samajalive.in
Monday, December 8, 2025
20.1 C
Bhubaneswar

‘କ୍ରିକେଟ ପ୍ରାଧାନ୍ୟ ଭାରତରେ ହକି ଉତ୍ସାହ ଦେଖି ବାକ୍‍ଶୂନ୍ୟ’

ଭୁବନେଶ୍ୱର: ଓଡ଼ିଶାରେ ହକି ବିଶ୍ୱକପର ସଫଳ ଆୟୋଜନ କେବଳ ଦେଶ ପାଇଁ ନୁହେଁ; ସମଗ୍ର ବିଶ୍ୱରେ ନୂତନ ଉଦାହରଣ ସୃଷ୍ଟିକରିଛି। ଓଡ଼ିଶା ସରକାରଙ୍କ ଏଭଳି ପ୍ରସ୍ତୁତି ଓ ଦର୍ଶକଙ୍କ ଉତ୍ସାହ ହକିରେ ଦେଖିବା ପରେ ଜାତୀୟ କ୍ରୀଡ଼ା ହକିର ଭବିଷ୍ୟତ ଉଜ୍ଜ୍ୱଳ ପରି ମନେହେଉଛି। ହକି ପ୍ରତି ଏଭଳି ଉତ୍ସାହ ଦେଖି ମୁଁ ବାକ୍‍ଶୂନ୍ୟ ବୋଲି କହିଛନ୍ତି କ୍ରିକେଟ କିମ୍ବଦନ୍ତୀ, ମାଷ୍ଟର ବ୍ଲାଷ୍ଟର ତଥା ଭାରତରତ୍ନ ସଚିନ ତେନ୍ଦୁଲକର। କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ଚତୁର୍ଦଶ ପୁୁରୁଷ ହକି ବିଶ୍ୱକପର ଫାଇନାଲ ମ୍ୟାଚରେ ଅତିଥି ଭାବେ ଯୋଗ ଦେଇଥିବା ସଚିନ ହକି ବିଶ୍ୱକପର ସୁନ୍ଦର ଆୟୋଜନକୁ ପ୍ରଶଂସା କରିଥିଲେ। ହକି ବିଶ୍ୱକପର ଏଭଳି ଆୟୋଜନ ଦେଖି ନିଜକୁ ଗର୍ବିତ ମନେକରୁଛି। ଓଡ଼ିଶା ସରକାରଙ୍କ ହକି ପ୍ରତି ଉତ୍ସାହ ଦେଖିବା ପରେ ଦେଶରେ ହକିର ଏକ ନୂଆ ଯୁଗ ଆରମ୍ଭ ହେବା କହିଲେ କୌଣସି ଅତୃକ୍ତି ହେବ ନାହିଁ। ସୁନ୍ଦର ବିଶ୍ୱକପ ଆୟୋଜନ ଯୁବପିଢିଙ୍କୁ ଉତ୍ସାହିତ କରିବ। ଓଡ଼ିଶା ସରକାର ଓ ହକି ଇଣ୍ଡିଆର ଏଭଳି ସୁନ୍ଦର ଆୟୋଜନ
ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ସଚିନ ମଧ୍ୟ ଢେର ପ୍ରଶଂସା କହିଥିଲେ। ଏକଦା ଜାତୀୟ କ୍ରୀଡ଼ା ହକି ବିଶ୍ୱରେ ଅନ୍ୟତମ ଶ୍ରେଷ୍ଠ ଦଳର ମାନ୍ୟତା ପାଇଥିଲା। ବିଗତ ଦିନରେ ଅଲିମ୍ପିକ୍‍ସରେ ଭାରତୀୟ ହକି ଦଳର ରାଜୁତି ଏବେ ବି ମନରେ ତାଜା ହୋଇରହିଛି। ଭାରତୀୟ ହକି ଏବେ ଅଗ୍ରଗତି କରିଚାଲିଛି। କ୍ରିକେଟକୁ ପ୍ରାଧାନ୍ୟ ଦେଉଥିବା ଭାରତରେ ହକି ପ୍ରତି ଏଭଲି ଉତ୍ସାହ ଦେଖିବା ପରେ ହକିର ଆଉ ଏକ ଯୁଗ ଆରମ୍ଭ ହୋଇଛି ବୋଲି ସଚିନ କହିଥିଲେ।

Hot this week

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories